ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ପରଲୋକରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର, ତା ୦୯/୦୨ (ଓଡ଼ିଆ ପୁଅ) : ବଲାଙ୍ଗିରରେ ଜନ୍ମିତ ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ପରଲୋକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଦୁଃଖ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

୮୯ ବର୍ଷ ବୟସରେ ପରଲୋକ କରିଥିବା ଶ୍ରୀ ରଥ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଯନ୍ତ୍ରାରୁଢ ଓ ନବଜାତକ ତାଙ୍କର ଚର୍ଚ୍ଚିତ ଉପନ୍ୟାସ ଥିଲା। ପୂର୍ବରୁ ବିଭିନ୍ନ କବିତା ସଂକଳନ, ନିବନ୍ଧ ସଂକଳନ, କ୍ଷୁଦ୍ରଗପ ସଂକଳନ ପାଇଁ ଶ୍ରୀ ରଥଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡୀ ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଭାରତ ସମ୍ମାନରେ ସମ୍ମାନୀତ କରାଯାଇଛି। ଚଳିତ ବର୍ଷ ଶ୍ରୀ ରଥଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା ହୋଇଥିଲେ ବି ଦୁର୍ଭାଗ୍ୟବଶତଃ ସେ ପୁରସ୍କାର ଗ୍ରହଣ କରିପାରିଲେ ନାହିଁ।

Leave a Reply

Your email address will not be published. Required fields are marked *