ଜିଲ୍ଲା ପରିକ୍ରମା

ବିଶିଷ୍ଟ ସାହିତ୍ୟିକା ଶାନ୍ତା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ୮ତାରିଖ ଅବସରରେ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରାଜ୍ୟସ୍ତରୀୟ ଖ୍ୟାତିସମ୍ପନ୍ନା ବିଶିଷ୍ଟ ସାହିତ୍ୟିକା, ସ୍ତମ୍ଭକାର, ସମାଜସେବିକା, ‘ରତ୍ନଗର୍ଭା’ର ସଂପାଦିକା, ଆଧୁନିକ ଗିତୀକବିତା ‘ଚହଲା ମନର ଢ଼େଉ’ କ୍ୟାସେଟର ରଚୟିତା, ସାଳନ୍ଦୀ ପୁସ୍ତକମେଳା କମିଟିର ପ୍ରାକ୍ତନ ଉପସଭାପତି ଏବଂ ଭଦ୍ରକ ପୁସ୍ତକମେଳା କମିଟିର ପ୍ରାକ୍ତନ ଉପସଭାପତି ୰ଶାନ୍ତା ମହାପାତ୍ରଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଚଳିତ ମାସ ୮ତାରିଖ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ୰ମହାପାତ୍ରଙ୍କୁ ରାଜ୍ୟର ବହୁ ବିଶିଷ୍ଟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମରେ ତଥା ସାଧାରଣ ସଭାରେ ଯୋଗଦେବାର ରହିଛି। ଏଥିରେ ଗାନ୍ଧୀପଡ଼ିଆସ୍ଥିତ ସୀତାରାମ କଲ୍ୟାଣମଣ୍ଡପ ଠାରେ ଅପରାହ୍ନ ୪ଟା ସମୟରେ ସ୍ମୃତିଚାରଣ ସଭା ‘ସ୍ମୃତିରେ ଶାନ୍ତା’ ଅନୁଷ୍ଠିତ ହେବ। ଅପରାହ୍ନ ୪.୩୦ରେ ସର୍ବଧର୍ମ ପ୍ରାର୍ଥନା ସଭା, ସକାଳ ୯ଟାରେ ପ୍ରଭାତଫେରୀ ଓ ତିଳତର୍ପଣ, କରାଯିବ। ଦିବସବ୍ୟାପୀ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏହି ସାଧାରଣ ତଥା ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ସଂଖ୍ୟାରେ ଯୋଗଦେବାକୁ ଶାନ୍ତା ମହାପାତ୍ର ସ୍ମୃତିକମିଟି ପକ୍ଷରୁ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପ୍ର. ପ୍ରସନ୍ନ କୁମାର ବିଶ୍ୱାଳ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top