ଜିଲ୍ଲା ପରିକ୍ରମା

ବିଶିଷ୍ଟ ସାମ୍ବାଦିକ ଶାନ୍ତନୁଙ୍କ ବିୟୋଗରେ ଖାରବେଳଙ୍କ ଶୋକ

ଭୁବନେଶ୍ୱର, ୧୨-୯ (ଓଡ଼ିଆ ପୁଅ) ବରଗଡ଼ର ବିଶିଷ୍ଟ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କର ଆଜି ଆକସ୍ମିକ ହୃଦ୍ଘାତ ହେତୁ ପରଲୋକ ଘଟିଥିବାରୁ ଊକ୍ରଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ୧୯୮୯ ମସିହାରେ ଯେତେବେଳେ ଭଦ୍ରକରୁ ମୁଁ ‘ବିଶେଷ ଖବର’ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ କଲି ସେତେବେଳେ ସେ ତା’ର ବରଗଡ଼ ପ୍ରତିନିଧି ଥିଲେ। ସେତେବେଳେ ତାଙ୍କ ଅଞ୍ଚଳର ଅନେକ ଉଲ୍ଲେଖନୀୟ ସମ୍ବାଦ ‘ବିଶେଷ ଖବର’ରେ ପ୍ରକାଶ କରିଥିଲେ। ଯୋଗ୍ୟତା ବଳରେ ପରବର୍ତ୍ତୀ କାଳରେ ସେ ବରଗଡ଼ର ଶୀର୍ଷ ସାମ୍ବାଦିକ ହିସାବରେ ପରିଗଣିତ ହୋଇଥିଲେ। ମୃତ୍ୟୁର ମାତ୍ର ଏକ ସପ୍ତାହ ପୂର୍ବରୁ ଟ୍ରେନରେ ଗଲାବେଳେ ତାଙ୍କ ସହ ସାକ୍ଷାତ ହୋଇଥିଲା। ତାଙ୍କର ମୃତ୍ୟୁ ମୋ ପାଇଁ ଅତ୍ୟନ୍ତ ବିଷାଦର ଘଟଣା। ତାଙ୍କର ଆତ୍ମାର ମୋକ୍ଷ ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଓ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top