ବିଶିଷ୍ଟ ସମବାୟବିତଙ୍କ ପରଲୋକ

କେନ୍ଦ୍ରାପଡା ୧୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ବିଶିଷ୍ଟ ସମବାୟବିତ ତଥା ଶିଳ୍ପପତି ଘନଶ୍ୟାମ ବେହେରାଙ୍କ ୯୧ବର୍ଷ ବୟସରେ ଶନିବାର ରାତିରେ ତାଙ୍କ ଗୋପଛକସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଆର.ସି.ଏମ.ଏସ.ଏବଂ ବିଭିନ୍ନ ସମବାୟ ସଂସ୍ଥା ଗଢିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ମୃତୁ୍ୟ ସମୟରେ ତାଙ୍କ ଦୁଇପୁଅ ବିଜୟ କୁମାର ବେହେରା ଓ ଇଂ ଅଜୟ କୁମାର ବେହେରାଙ୍କ ସମେତ ଦୁଇ ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ମୃତୁ୍ୟ ଖବରପାଇ ପ୍ରଦିପ କୁମାର ମହାନ୍ତି,ଡାକ୍ତର ଅଲେଖ ଚନ୍ଦ୍ର ଦାସ,ଓକିଲ ବିମ୍ବାଧର ପଲେଇ,କୁଳମଣି ଦାସ,ତାରେଣି ପାଟ୍ଟଯୋଶି ପ୍ରମୁଖ ଶତାଧିକ ବହୁ ବିଶିଷ୍ଟ ବ୍ୟକ୍ତି ପହଁଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜି ଗୋପଛକସ୍ଥିତ ତାଙ୍କ ବାଡିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡପୁଅ ବିଜୟ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *