ଜିଲ୍ଲା ପରିକ୍ରମା

ବିଶିଷ୍ଟ ସଙ୍ଗୀତଙ୍କ ପୂର୍ଣ୍ଣଚନ୍ଦ୍ର ଚଇନୀଙ୍କ ସ୍ମୃତି ସଭା

ପୁରୀ, ୧୪-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଶା ସଙ୍ଗୀତ ପରିଷଦର ପ୍ରାକ୍ତନ ସମ୍ପାଦକ ଓ ଉପସଭାପତି ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଚଇନୀଙ୍କ ବିୟୋଗରେ ପରିଷଦ ଗୃହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଯମ୍ବେଶ୍ୱର ପୂଜାପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାରେ ବକ୍ତାମାନେ ସ୍ୱର୍ଗତ ଚଇନୀଙ୍କ ନିଷ୍ଠା, ସଙ୍ଗୀତ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ, ସଙ୍ଗୀତ ଆସର ଆୟୋଜନରେ ସାଙ୍ଗଠିକ ଦକ୍ଷତା ସମ୍ବନ୍ଧରେ ଆଲୋଚନା କରିଥିଲେ। ସ୍ୱର୍ଗତ ଚଇନୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବା ସହ ସଙ୍ଗୀତ ଶାସ୍ତ୍ର ଅଧ୍ୟୟନ ଓ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ନଜର ପ୍ରତିଭାର ଉଦାହରଣ ସୃଷ୍ଟି କରିଯାଇଛନ୍ତି। ପରିଷଦର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ଟିକାୟତଙ୍କ ଅଧ୍ୟକ୍ଷତାରେ ଅନୁମତି ଏହି ସଭାରେ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ମୃତିଚାରଣ ପର୍ବରେ ପ୍ରାଣକୃଷ୍ଣ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ଶତପଥୀ, କୈଳାସ ରାୟ, ଭାଗିରଥି ଖୁଣ୍ଟିଆ, ପ୍ରଫୁଲ୍ଲ କୁମାର ସାନ୍ତ୍ରାୟ, ଉମାକାନ୍ତ ଦାଶ, କୃଷ୍ଣଚନ୍ଦ୍ର ସୁବୁଦ୍ଧି, ଉର୍ମିଳା ପ୍ରଧାନ, ରୂପଲତା ମହାନ୍ତି, ଶତ୍ରୁଘ୍ନ ନାୟକ, ରମାକାନ୍ତ କର ଏବଂ ବହୁ ସଙ୍ଗୀତ ଓ ସଂସ୍କୃତିପ୍ରେମୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top