ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତଃ ପ୍ରତାପ ପଣ୍ଡାଙ୍କ ୭ମ ବାର୍ଷିକ ଶ୍ରାଦେ୍ଧାତ୍ସବ ପାଳନ ଅବସରରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ତରଫରୁ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ତାଙ୍କ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସକାଳେ ବିଷ୍ଣୁପୁର ସ୍ଥିତ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ମୃତି ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ନେତୃତ୍ୱରେ ବିକାଶ ସାମଲ, ଅକ୍ଷୟ ସାହୁ, ବିଜୟ ଖିଲାର, ଜୀବନ ପଣ୍ଡା, ଭିକାରୀ ସେଠୀ ପ୍ରମୁଖଙ୍କ ସହିତ ଶତାଧିକ ପ୍ରତାପପ୍ରେମୀ ଯୋଗ ଦେଇ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଯୁବକମାନେ ବିଷ୍ଣୁପୁର ଛକ ଠାରୁ ଗାଁ ପର୍ଯ୍ୟନ୍ତ ରାସ୍ତାକୁ ସଫେଇ କରିଥିଲେ। ପରେ ରଘୁନାଥ ଦାଶ ଅଧିକାରୀ ଓ ଟାଙ୍ଗୁ ବାବାଙ୍କ ନେତୃତ୍ୱର ଗୀତା ପାଠ ହୋଇଥିଲା। ଅପରାହ୍ନରେ ସ୍ୱର୍ଗତ ପଣ୍ଡା ଶ୍ରମିକ ଓ ଅବହେଳିତ ମାନଙ୍କ ପାଇଁ ଲଢି ଲଢି ଜୀବନ ଦେଇଥିବାରୁ ତାଙ୍କ ଶ୍ରାଦ୍ଧ ଦିବସରେ ଭଦ୍ରକ ଚାନ୍ଦିଆପଦା ସ୍ଥିତ ଉତ୍କଳମଣି ଦରିଦ୍ର ନାରାୟଣ ସେବା କେନ୍ଦ୍ରରେ ଏକ ସ୍ମୃତି ସଭା କରାଯାଇଥିଲା। ସ୍ୱର୍ଗତ ପଣ୍ଡା କିପରି ନିଜ ଜୀବନ ଚିନ୍ତାକୁ ଛାଡଇ ଅନ୍ୟଙ୍କ ପାଇଁ କାର୍ଯ୍ୟ କରୁଥିଲେ ସେ ସମ୍ପର୍କରେ ଅତିଥିମାନେ ପିଲମାାନଙ୍କୁ ଶୁଣାଇଥିଲେ। ସର୍ବଭାରତୀୟ ଶ୍ରମିକ ନେତା ଭାବେ ସଡକ ଦୁର୍ଘଟଣାରେ ଯୌବନାବସ୍ଥାରେ ମୃତ୍ୟୁ ବରଣ କରି ଏ ସମାଜ ପାଇଁ ଏକ ଦିଗ୍ ଦର୍ଶନ ଦେଇ ଯାଇ ସେବା ଓ ପରୋପକାରର ଆଦର୍ଶ ଦେଖାଇଥିବା ସମ୍ପର୍କରେ ଅତିଥିମାନେ ମତ ରଖିଥିଲେ। ଏହି ସ୍ମୃତି ସଭାରେ ସମାଜସେବୀ ବିଦ୍ୟାଧର ସେଠୀ ସଭାପତିତ୍ୱ କରିଥିବା ବେଳେ ଦେବନେ୍ଦ୍ର ନନ୍ଦ, ମନୋଜ ବସନ୍ତରାୟ, ଶାନ୍ତନୁ ମହାପାତ୍ର, ବିଜୟ ମିଶ୍ର, ଭିକାରୀ ସେଠୀ, ମୁକ୍ତିକାନ୍ତ ସାହୁ, ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କ ସହଧର୍ମିଣୀ ସ୍ମୃତି ସଂସଦ ଆନୁକୂଲ୍ୟରେ ପିଲମାାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ। ଏଥିରେ ସେବାଶ୍ରମର ପରିଚାଳକ, କର୍ମକର୍ତ୍ତା, ଶୁଭେଚ୍ଛ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *