ବିଶିଷ୍ଟ ଶିକ୍ଷାବିତ ଗଙ୍ଗାଧର ମିଶ୍ରଙ୍କ ସ୍ମୃତିସଭା

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ସଂଗଠକ ତତା ସୋର୍ବାଦୟ କର୍ମୀ ଗଙ୍ଗାଧର ମିଶ୍ରଙ୍କ ଷଷ୍ଠ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧର ମିଶ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୀଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଫାଉଣ୍ଡେସନର ସଭାପତି ଅମରନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସାହିତ୍ୟିକ ତଥା ଅବସର ପ୍ରାପ୍ତ୍ୟ ପ୍ରଧ୍ୟାପକ ନିରଂଜନ ପାଢୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କହିଲେ ଯେ ସ୍ୱର୍ଗତଃ ଗଙ୍ଗାଧର ମିଶ୍ର ନିଶ୍ୱ, ଦାରିଦ୍ର ଓ ଅସହାୟକ ମାନଙ୍କ ପ୍ରତି ଥିଲେ ସଦା ସମବେଦନଶୀଳ। ସେ ଗାନ୍ଧୀ ଓ ଗୋପବନ୍ଧୁ ଆଦର୍ଶର ଅନୁଗାମୀ ଥିଲେ। ଉତ୍ସବରେ ପରିବେଶପ୍ରେମୀ ପ୍ରଫୁଲ ସାମନ୍ତରାୟ ଯୋଗଦେଇ କହିଲେ ଯେ ଆମର ପ୍ରାକୃତିକ ସଂପଦ ଜମି, ଜଳ, ଜଙ୍ଗଲର ସୁରକ୍ଷା ପାଇଁ ଉଚିତ ଧ୍ୟାନ ନଦେଇ ଶିଲ୍ପର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ସେ କହୁଥିଲେ। ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ମିଶ୍ରଙ୍କ ରଚିତ କବିତା ସମଗ୍ର ଗ୍ରନ୍ଥର ଲୋକାର୍ପଣ ହୋଇଥିଲା। ସାରସ୍ୱତ ସାଧନା ଓ ସାମ୍ବାଦିକତା ପାଇଁ ବରିଷ୍ଠ ସାମ୍ବାଦିକ ନାରାୟଣ ପ୍ରସାଦ ସିଂ ଓ ପ୍ରଫଉଳ ସାମନ୍ତରାୟଙ୍କ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଓଡିଶ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କିବ ସୂଚେତା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରଥମ ଅଧିବେସନରେ ଉପସଭାପତି ଶିବସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅରପ୍ରିୟ ସାହୁଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ଯୁଗ୍ମ ସଂଯୋଜକ ରବିନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *