ରାଜନୀତି

ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ସ୍ୱର୍ଗତ ଅନନ୍ତ ଓଝାଙ୍କୁ ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ରାଜ୍ୟ ବିଜେପି

ଭୁବନେଶ୍ୱର, ତା.୦୨/୦୧(ଓଡ଼ିଆ ପୁଅ): ଓଡ଼ିଆ ଯାତ୍ର ଜଗତର ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଅନନ୍ତ ଓଝାଙ୍କ ଗତ ୩୧ ତାରଖରେ ନିଧନ ହୋଇଥିଲା। ଆଜି ସ୍ୱର୍ଗତ ଓଝାଙ୍କ ମୃତ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବିଜେପି ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷ୍ନୁ ଦାସ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ଠାକୁର ରଣଜିତ୍ ଦାଶ, ସଂସ୍କୃତି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ, ଶ୍ରୀ ସଂଜୀବ ମିଶ୍ର, ଦେବାଶିଷ ନାୟକ ପ୍ରମୁଖ ସ୍ୱର୍ଗତ ଓଝାଙ୍କୁ ଶେଷ ଦର୍ଶନ କରି ଉପସ୍ଥିତ ଶୋକସନ୍ତପ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଥିଲେ।

ଓଡ଼ିଆ ଯାତ୍ରାପ୍ରେମୀଙ୍କ ମନ ଭିତରେ ସ୍ୱର୍ଗତ ଓଝା ଚିର ଦିନ ଅମର ରହିବେ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

ଓଡ଼ିଆ ଯାତ୍ରା ଜଗତର ମହା କ୍ଷତି ହେଲା ବୋଲି ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ନାୟକ ଶୋକ ବ୍ୟକ୍ତ କରି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top