ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର, ୧୧ ମଇ (ଓଡ଼ିଆ ପୁଅ) –ଓଡିଶାର ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ଅକାଳ ବିୟୋଗରେ ସେ ଦୁଃଖିତ। ତାଙ୍କର ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା।
ଶ୍ରୀ ପ୍ରଧାନ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *