ଓଡ଼ିଶା

ବିଶାଖା ପାଟଣା ଦୁର୍ଗ ପାସେଞ୍ଜର ଟ୍ରେନରେ ଡକାୟତି

ଟିଟିଲାଗଡ଼ ୨୪-୭ (ଓଡ଼ିଆ ପୁଅ), ବିଶାଖାପାଟଣାରୁ ଦୁର୍ଗ ଯାଉଥିବା ପେସେଞ୍ଜର ଟ୍ରେନ ନଂ ୫୮୫୩o ରେ ଆଜି ମୁନିଗୁଡା ରେଳ ଷ୍ଟେସନରୁ କଣ୍ଟାବାଞ୍ଜି ଯିବା ପାଇଁ ଗୋଟିଏ ପରିବାରର ୪ ଜଣ ଟ୍ରେନରେ ଚଢିଥିଲେ। ସକାଳ ପ୍ରାୟ ୬ ଟାରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଉକ୍ତ ଟ୍ରେନ ପହଞ୍ଚିଥିଲା। ହେଲେ ଟିଟିଲାଗଡରୁ ଟ୍ରେନ ଛାଡିବା କିଛି ସମୟପରେ ଉକ୍ତ ଟ୍ରେନର ତିନି ନମ୍ବର ବଗିକୁ ମୁନିଗୁଡା ରେଳ ଷ୍ଟେସନରୁ ଚଢ଼ି ଥିବା ମୁକ୍ତି ବାଗ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ତିନି ଜଣ ଅଜଣା ଯୁବକ ଆସି ଅତର୍କିତ ଆକ୍ରମଣ କରି ତାଙ୍କ ନିକଟରେ ଥିବା ମୋବାଇଲ ଓ ମନିପର୍ସ ଲୁଟି ନେଇଥିଲେ। ଉକ୍ତ ମନିପର୍ସରେ ୭ ହଜାର ଟଙ୍କା ଥିଲା ଓ ବିରୋଧ କରିବାରୁ ମୁକ୍ତିଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରକାଶ କରିବା ସହ ଉକ୍ତ ଲୁଟ କରିଥିବା ଅଭିଯୁକ୍ତ ମାନେ ମୁରିବlହlଲ ରେଳ ଷ୍ଟେସନରେ ଅନ୍ୟ ବଗିକୁ ଚାଲିଯାଇ ଥିଲେ। ସେହିପରି ସୁସିଲ ତ୍ରିପାଠୀ ନାମକ ବଲାଙ୍ଗିରର ଜଣେ ଯୁବକଙ୍କୁ ସମାନ ଭାବେ ଆକ୍ରମଣ କରି ତାଙ୍କ ଠାରୁ କିଛି ନ ପାଇ ତାଙ୍କ ମୋବାଇଲକୁ ଭାଙ୍ଗି ନଷ୍ଟ କରିଦେଇଥିଲେ ଓ ସେଠୁ ଟ୍ରେନରୁ ଓହ୍ଲେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top