ବିଶାଖାପାଟଣା ପୋର୍ଟ ଟ୍ରଷ୍ଟର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ନିମ୍ନମତେ ବିଶାଖାପାଟଣା ବନ୍ଦର ଟ୍ରଷ୍ଟ (ଭିପିଟି)ର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

୩୧.୦୩.୨୦୧୭ ସୁଦ୍ଧା ଭିପିଟି ଉପରେ ଥିବା ୨୫୦.୮୯ କୋଟି ଟଙ୍କାର ଦଣ୍ଡ ସୁଧ ଛାଡ଼ ଏବଂ ଛାଡ଼ର ଅନୁମୋଦନ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ଅର୍ଥରାଶି ଛାଡ଼କୁ ଅନୁମୋଦନ;

ଦଣ୍ଡ ସୁଧ ଛାଡ଼ ଅନୁମୋଦନ ତାରିଖ ସୁଦ୍ଧା ହୋଇଥିବା ଦଣ୍ଡ ସୁଧର ୦.୨୫% ହାରରେ ଭିିପିଟି ପରିଶୋଧ କରିବ।

ରିହାତି ଅନୁମୋଦନ ତାରିଖ ସୁଦ୍ଧା ୪୪.୬୯ କୋଟି ଟଙ୍କାର ମୂଳଧନ ଏବଂ ବକେୟା ସୁଧ ଭିପିଟି ପୁନଃପରିଶୋଧ କରିବା ଆରମ୍ଭ କରିବ। ଏହି ପୁନଃପରିଶୋଧ ପ୍ରକ୍ରିୟା ୨୦୧୮-୧୯ ଆର୍ଥିକ ବର୍ଷରେ ଗୋଟିଏ କିସ୍ତିରେ ପୂରଣ ହେବ।

Leave a Reply

Your email address will not be published. Required fields are marked *