ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କାମୁଡିଲା ବିଷଧର ସାପ, ଯୁବକର ମୃତ୍ୟୁ

ହରିଚନ୍ଦନପୁର, ତା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଡାଗୋଠ ଗ୍ରାମର ବିର୍ସିଂ ମାଝୀ (୩୫)ଙ୍କୁ ଶୋଇଥିବା ଅବସ୍ଥାରେ ବିଷଧର ସାପ କାମିଡିବାରୁ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ସୂଚନା ମୁତାବକ ଗତ ରବିବାର ଦିନ ରାତିରେ ଖାଇସାରି ଶୋଇଥିବା ଅବସ୍ଥାରେ କୈାଣସି ବାଟ ଦେଇ ଗୋଟିଏ ବିଷଧର ସାପ ଘର ଭିତରକୁ ପ୍ରବେଶ କରିଥିଲା। ବିଳମ୍ବିତ ରାତିରେ ବିର୍ସିଂଙ୍କୁ କାମୁଡି ଦେଇଥିଲା। ବିର୍ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଦେଖି ପରିବାରର ଲୋକମାନେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ମୃତ୍ୟୁର ଖବର ପାଇଁ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିର୍ସିଂଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଛି। ଏଥି ସହ ମୃତ୍ୟୁର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଅଧିକରୁ ଅଧିକ ତଦନ୍ତ ଆରମ୍ଭ କରିଥିବାର ପୋଲିସ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *