ନୂଆ ଦିଲ୍ଲୀ ୪ ଜୁନ୍ (ଓଡ଼ିଆ ପୁଅ) : ସଂଘ ଲୋକ ସେବା ଆୟୋଗ (UPSC) ପରୀକ୍ଷା ଦେଇ ନପାରିବାରୁ ଜଣେ ଯୁବକ ସୋମବାରଦିନ ଆତ୍ମହତ୍ୟା କରିବାର ଖବର ମିଳିଛି। କୁହାଯାଉଛିଯେ, ୨୮ ବର୍ଷୀୟ ଯୁବକ ଜଣକ ପରୀକ୍ଷା କେନ୍ଦ୍ରରେ ଠିକ ସମୟରେ ପହଁଞ୍ଚି ନପାରିବା କାରଣରୁ ମୃତ ଯୁବକଙ୍କୁ ପରୀକ୍ଷା ହଲକୁ ପରୀକ୍ଷା ଦେବା ପାଇଁ ମନା କରାଯାଇଥିଲା। ତାହା ପରେ ନିରାଶ ହୋଇକରି ସେ ଏହି ପଦକ୍ଷେପ ଉଠାଇଥିଲେ।
ଆତ୍ମହତ୍ୟା କରିଥିବା ଯୁବକର ନାମ ବରୁଣ। ସେ ଆଜି ଦିଲ୍ଲୀର ରାଜେନ୍ଦ୍ର ନଗରରେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ନିବାସ ସ୍ଥାନରୁ ପୁଲିସକୁ ଏକ ସୁସାଇଡ ନୋଟ ମଧ୍ୟ ମିଳିଛି। ବରୁଣ ନିଜର ସୁସାଇଡ ନୋଟରେ ଲେଖିଛନ୍ତିଯେ, “ପ୍ରତ୍ୟେକ ଯାଗାରେ ନିୟମ ମାନିବା ଭଲକଥା କିନ୍ତୁ ବେଳେବେଳେ ଏଥିରେ କିଛି କୋହଳ ହେବା ଆବଶ୍ୟକ।” ପୁଲିସ ପୂରା ମାମଲାର ଜାଞ୍ଚ କରୁଛି।
ସଂଘ ଲୋକ ସେବା ଆୟୋଗ ନିଜର ପରୀକ୍ଷା ୩ଟି ଚରଣରେ ସଂପନ୍ନ କରିଥାଏ ଯେଉଁଥିରେ ପ୍ରଥମ ଚରଣରେ ପ୍ରିଲିମ୍ସ ପରୀକ୍ଷା, ଦ୍ଵିତୀୟ ଚରଣରେ ମେନ୍ସ ପରୀକ୍ଷା ହୋଇଥାଏ ଏବଂ ତୃତୀୟ ଚରଣରେ ବିଦ୍ୟାମାନଙ୍କର ଇଣ୍ଟରଭ୍ୟୁ ନିଆଯାଇଥାଏ ଏହା ପରେ ବିଦ୍ୟାର୍ଥୀ ମାନଙ୍କର ଚୟନ ହୋଇଥାଏ।
