ବିଲ ଦେଖିବାକୁ ଯାଇ ନାଳରେ ଭାସିଗଲେ: ମୃତ୍ୟୁ

ପୁରୁଷୋତ୍ତମପୁର,୧୬/୭ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ସମା ଗ୍ରାମରେ ଆଜି ସକାଳେ ନାଳର ପ୍ରଖର ଜଳ ସ୍ରୋତରେ ଭାସି ଯାଇ ଭରତ ପ୍ରଧାନ (୬୫) ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଯାଇଛି। ଭରତ ନିଜ ବିଲର ଜଳସ୍ତର ଦେଖିବାକୁ ଯିବା ପାଇଁ ପେଲାଣା ନାଳ ପାରହେଉଥିବା ବେଳେ ହଠାତ ଜଳ ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *