ଓଡ଼ିଶା

ବିଲ୍ ପାସ୍ ନିମନ୍ତେ ଲାଂଚ ଅଭିଯୋଗ

କୋରାପୁଟ;ତା୦୭-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) ନିର୍ମାଣଧୀନ ଶ୍ମଶାନ କାର୍ଯ୍ୟର ବିଲ୍ କରିବାକୁ ସରପଂଚଙ୍କ ସ୍ୱାମୀ ଏବଂ ଗ୍ରାମ ପଂଚାୟତ ଟେକ୍ନିକାଲ ଆସିଷ୍ଠାଣ୍ଡ(ଜିପିଟିଏ) ୧୦ ହଜାର ଟଙ୍କା ଲାଂଚ ମାଗିବା ଅଭିଯୋଗ କରି ସମ୍ପୃକ୍ତ କାର୍ଯ୍ୟର ଶ୍ରମିକ ନେତା ଓ ଗ୍ରାମବାସୀ ଉପ-ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ମୂତାବକ ଦଶମନ୍ତପୁର ବ୍ଲକ ଫୁଲବେଡା ପଂଚାୟତର ଟାଙ୍ଗଣିଗୁଡା ଗ୍ରାମରେ ପଂଚାୟତ ପାଣ୍ଠିରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ଶ୍ମଶାନ ଘର ନିର୍ମାଣ ନିମନ୍ତେ ନିଷ୍ପତି ହୋଇଥିଲା। ଗ୍ରାମରେ ଅନୁଷ୍ଠିତ ପଲ୍ଲୀସଭାରେ ସେହି ଗ୍ରାମର ମାଧବ ଗଲୋରିଙ୍କୁ ଶ୍ରମିକ ନେତା ଭାବେ ଚୟନ କରାଯାଇ ତାଙ୍କ ନାମରେ କାର୍ଯ୍ୟାଦେଶ ଦେବାକୁ ନିଷ୍ପତି ହୋଇଥିଲା। ଶ୍ରମିକ ନେତା ଅଧା କାମ କରିବା ପରେ ରନିଂ ବିଲ୍ କରିବାକୁ ସମ୍ପୃକ୍ତ ଜିପିଟିଏଙ୍କୁ ଅନୁରୋଧ କରିବା ପରେ ଜିପିଟିଏ ରନିଂ ବିଲ କରିଥିଲେ, କିନ୍ତୁ ସରପଂଚ ହୀରାମଣି ଗାଦବାଙ୍କ ସ୍ୱାମୀ ରମେଶ ଖରା ୧୦ ହଜାର ଟଙ୍କା ଲାଂଚ ଦେବା ପରେ ବିଲ୍ କରାଯିବ ବୋଲି ଦାବି କରୁଥିବା ଶ୍ରମିକ ନେତା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କାମର କାର୍ଯ୍ୟାଦେଶ ନିମନ୍ତେ ପୂର୍ବରୁ ସରପଂଚଙ୍କ ସ୍ୱାମୀ ୨ହଜାର ଏବଂ ରନିଂ ବିଲ୍ ପ୍ରସ୍ତୁତି ନିମନ୍ତେ ଜିପିଟିଏଙ୍କୁ ୮ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। କାମରେ ବ୍ୟବହୃତ ସିମେଂଟ, ଲୁହାଛଡ ଓ ଅନ୍ୟାନ୍ୟ ସାମଗ୍ରୀ ସେ ଧାରରେ ଆଣି କାମ କରିଥିବାବେଳେ ବିଲ୍ ପାସ କରିବାକୁ ସରପଂଚଙ୍କ ସ୍ୱାମୀ ପୁଣି ୧୦ ହଜାର ଟଙ୍କା ଦାବି କରୁଥିବାରୁ ସେ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇ ପଡିଥିବା ଜଣାଇଛନ୍ତି। ତେଣୁ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଶ୍ରମିକ ନେତା ଓ ଗ୍ରାମବାସୀ ଉପ-ଜିଲାପାଳ ଲଳିତ କୁମାର କଅଁରଙ୍କୁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top