ଜିଲ୍ଲା ପରିକ୍ରମା

ବିର୍ସାମୁଣ୍ଡାଙ୍କ ସହିଦ ଦିବସ ପାଳିତ

ରାଉରକେଲା ୧୧/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଅଲ ଇଣ୍ଡିଆ ଡିଏସଓ, ଡିୱାଇଓ, ମହିଳା ସାଂସ୍କୃତିକ ସଙ୍ଗଠନ ତରଫରୁ ବିର୍ସା ମୁଣ୍ଡାଙ୍କ ୧୧୮ତମ ସହିଦ ଦିବସ ପାଳିତ ହୋଇ ଯାଇଛି। ବିଶ୍ରା ଛକରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତି ନିକଟରେ ସଙ୍ଗଠନ ତରଫରୁ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଡିୱାଇଓ ସୁନ୍ଦରଗଡ଼ ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସଦସ୍ୟମାନେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନ ଆଜିର ଶୋଷଣ ବିରୋଧି ଲଢେଇ ପାଇଁ ପ୍ରେରଣା ହୋଇ ପାରିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଡିୱାଇଓର ଗଣେଶ ବେହେରା, ବିଜୟ ସାହୁ, ବକେଶ୍ୱର ମହାନ୍ତ, ରାମଚନ୍ଦ୍ର ସାହୁ, ସୁଶୀଲ ବାରିକ, ଡିଏସଓର ବିରେନ ନାୟକ, ବାଦଲ ମହାନ୍ତି, ସଂଗ୍ରାମ ପରିଡ଼ା, ଅଲିଭା ଦାସ, ଜ୍ୟୋସ୍ନା ନାୟକ, ମହିଳା ସାଂସ୍କୃତିକ ସଙ୍ଗଠନର ଲିଲି ମହାନ୍ତି, ବିଦ୍ୟୁତ ମହାନ୍ତ, ସନ୍ତୋଷୀ ମହାନ୍ତ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top