ତିର୍ତ୍ତୋଲ ୧୦-୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ କାର୍ଯ୍ୟାଳୟରେ ବିରିତୋଳ ସେବା ସମବାୟ ତରଫରୁ ଧାନ ମଣ୍ଡି ଉଦଘାଟନ ହୋଇଯାଇଅଛି। ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ସମିତିର ସଭାପତି ଅଶ୍ୱିନି କୁମାର ଦାଶ, ସମ୍ପାଦକ ବିମଳ କୁମାର ପଣ୍ଡା, ତିର୍ତ୍ତୋଲ ଯୋଗାଣ ବିଭାଗ ଅଧିକାରିଣୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମଣ୍ଡିରେ ବିରିତୋଳ, ସଅଁରା, ଗୋପାଳପୁର ପ୍ରଭୂତି ୩ଟି ପଞ୍ଚାୟତର ଚାଷୀମାନେ ଧାନ ଦେବାପାଇଁ ବନ୍ଦୋବସ୍ତ କରାଯାଇଛି। ଏହି ମଣ୍ଡିରେ ଧାନ ଦେବାପାଇଁ ୪ ଶହ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୧୭ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାପାଇଁ ଧାର୍ଯ୍ୟ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆତ୍ମାର ସଭାପତି ପ୍ରକାଶ ସ୍ୱାଇଁ, ତପନ କୁମାର ମହାନ୍ତି, ପ୍ରଦୀପ୍ତ ନାୟକ, ପଟିଲୋ ସରପଞ୍ଚ ଚିତ୍ତ ରଞ୍ଜନ ରଥ, ଗଙ୍ଗାଧର ବିଶ୍ୱାଳ, ଗୋପଳପୁର ପୂର୍ବତନ ସମିତିସଭ୍ୟା ମମତା ଦାସ, ସଅଁରା ପଞ୍ଚାୟତ ସଭାପତି ସାରଦା ପ୍ରସନ୍ନ ଶତପଥି, ସମିତିସଭ୍ୟ ଜୟରାମ ମଲ୍ଲିକ, ଗୋପାଳପୁର ସମିତିସଭ୍ୟ ବିଜୟ ମହାନ୍ତି, ପ୍ରତାପ ପ୍ରଧାନ, ଉମେଶ ବେହେରା, ଶରତ ମହାନ୍ତି, ଦିଲିପ ମହାନ୍ତି, ସୁରେନ୍ଦ୍ର ଦାସଙ୍କ ସମେତ ଅନ୍ୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
