ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ହେକେଟ ରୋଡ଼ ବନ୍ଦ କରିଦେବ ଆରଏସପି!

ରାଉରକେଲା ୨୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦୀର୍ଘ ୨୦ ଦିନରୁ ଉର୍ଦ୍ଧହେବ ରାଉରକେଲା ସାରନା ଛକ ଠାରୁ ଦେଓଗାଁ ପର୍ଯ୍ୟନ୍ତ ହେକେଟ ରୋଡ ଆରଏସପି ପକ୍ଷରୁ ବନ୍ଦ କରାଯାଇଥିବା ଯୋଗୁ ଦକ୍ଷିଣ ରାଉରକେଲା ସମେତ ୬ଟି ପଂଚାୟତର ଲୋକେ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ଲୋକ ମାନଙ୍କୁ ଜାତୀୟ ରାଜପଥ-୧୪୩ ଅତିକ୍ରମ କରି ହକିଛକ, ହନୁମାନ ବାଟିକା ଦେଇ ରାଉରକେଲାର ବିଭିନ୍ନ ଅଂଚଳ ଯିବାକୁ ପଡୁଛି। ଫଳରେ ସମୟ ଅପଚୟ ହେବା ସହ ଲୋକେ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଅଟୋବାଲାଙ୍କ କଚେପୁଅ ବାର ହେଉଥିବା ବେଳେ ଗରିବ ଲୋକ ପ୍ରଭାବିତ ହେଉଛନ୍ତି। ଏହି ସମସ୍ୟାକୁ ନେଇ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଓ ଅନ୍ୟ ବିଶିଷ୍ଟ ଲୋକ ମାନଙ୍କ ସହ ଗତକାଲି ଆରଏସପିର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଆଲୋଚନା କାଳରେ ହେକେଟ ରୋଡକୁ ଭବିଷ୍ୟତରେ ଆରଏସପି ପକ୍ଷରୁ ବନ୍ଦ କରାଯିବ ବୋଲି ମତ ପ୍ରକାଶ ପାଇଛି। ଫଳରେ ଦକ୍ଷିଣ ରାଉରକେଲା ବାସିନ୍ଦା ମାନଙ୍କୁ ନିରାଶ ହେବାକୁ ପଡ଼ିଛି। କେବଳ ଏକ କଚା ରାସ୍ତା ଆରଏସପି ପକ୍ଷରୁ ମରାମତି କରାଯାଇ ୨ ମାସ ଏହି ରାସ୍ତାରେ ଯାତାୟତ କରିବାକୁ ଦିଆଯିବା ପରେ ଏହି ରାସ୍ତାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯିବ। ବିକଳ୍ପ ରାସ୍ତା ଭାବେ ଆରଏସପି ତରକେରା କଲୋନୀ ଠାରୁ ହନୁମାନ ବାଟିକା ରାସ୍ତା ପରେ ମରାମତି କରିବ ବୋଲି ପ୍ରତିଶୃତି ଦେଇଛି। ମାତ୍ର ଏହି ପ୍ରତିଶୃତି କେତେଦୂର ପୂରଣ ହେବ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *