ଜିଲ୍ଲା ପରିକ୍ରମା

ବିମୁଦ୍ରୀକରଣ ୨ବର୍ଷ ପୂର୍ତ୍ତୀରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ବିମୁଦ୍ରୀକରଣକ ଯୋଜନାକୁ ୨ବର୍ଷ ବିତିଛି । ଏହା ବିଜେପି ନେତୃତ୍ୱାଧିନ ମୋଦି ସରାକରଙ୍କ ସବୁଠାରୁ ବଡ଼ ବିଫଳତା । ବିମୁଦ୍ରୀକାରଣ ପ୍ରଭାବରୁ ଏପର୍ଯ୍ୟନ୍ତ ମଧ୍ୟ ସାଧାରଣ ଲୋକ ମୁକୁଳି ପାରି ନାହାନ୍ତି । ତେଣୁ ସରକାର ଅଯଥା ବାହାସ୍ପୋଟ ନମାରି ଏ ସମ୍ପର୍କରେ ଆତ୍ମସମୀକ୍ଷା କରିବା ଉଚିତ ବୋଲି ବିମୁଦ୍ରୀକରଣର ୨ବର୍ଷ ପୂର୍ତ୍ତୀରେ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ ସଭାରେ ସଭାପତିତ୍ୱ କରି ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ କହିଛନ୍ତି । ପୁରୁଣା କଲେକ୍ଟରିଏଟ ସମ୍ମୁଖରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭାରେ ପ୍ରାକ୍ତନ ସାଂସଦ ମୁରଲି ଯେନା, ପ୍ରାକ୍ତନ ବିଧାୟକ ନରେନ ପଲେଇ, ପଞ୍ଚାନନ ମଣ୍ଡଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପିସିସି ସମ୍ପାଦକ ଦେବରୂପ ମହାନ୍ତି, ଶୁଭେନ୍ଦୁ ରାୟମହାପାତ୍ର, ଗୋଲାମ ମଇଉଦ୍ଦିନ, ନିର୍ବାଚନମଣ୍ଡଳୀ ନେତା ଅମୀୟ ମହାପାତ୍ର, ସୁବ୍ରତ ଦାସ, ହୃଦାନନ୍ଦ ସେଠୀ, ମିଡ଼ିଆ ସଂଯୋଜକ ଅତିଶ ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ନାରାୟଣ ପାଢ଼ୀ, ଦିଲ୍ଲୀପ ନାୟକ, ନରନାରାୟଣ ଜେନା, ଶିବପ୍ରସାଦ ମହାନ୍ତି, ଆଶିଶ ରାଉତ୍, ବିକାଶ ସାମଲ, କୁଟିଆ ନାୟକ, ପ୍ରଫୁଲ୍ଲ ସାମଲ, ବାବୁଲି ଚାନ୍ଦ, ପ୍ରସନ୍ନ ଧଳ, ଅନନ୍ତ ଦାସ, ନିଶିକାନ୍ତ ନାୟକ, ବୈଲୋଚନ ପଣ୍ଡା, ଅଶ୍ରଫ ଅଲ୍ଲୀ, ବିଜୟ ଜେନା, ରମେଶ ଭାରତୀ, ନାରୀନେତ୍ରୀ ଜାନକୀ ମଲ୍ଲିକ, ସବିତା ଚନ୍ଦ, ସେବାଦଳ ମୁଖ୍ୟ ସେକ ନୟିମ, ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସେକ ସମଦାନୀ, ଯୁବସଭାପତି ପ୍ରଦୁ୍ୟମ୍ନ ଦାସ, ଛାତ୍ର ସଭାପତି ବଳରାମ ରାଉତ୍, ଯୁବନେତା ଧବଳେଶ୍ୱର ପଣ୍ଡା, ବବି ମହାନ୍ତି, ମୁନା ପରିଡ଼ା, ଅତୁଲ୍ୟ ନାୟକ, ଦେବୂୁ ପ୍ରଧାନ, ଯତିନ୍ଦ୍ର ସାହୁ, ନିରଂଜନ ମଲ୍ଲିକ, ବିଦ୍ୟାଧର ଜେନା, ବାପୁଜି ପରିଡ଼ା, ଟୁକୁ ସାହୁ, ମଙ୍ଗଳୀ ମହାପାତ୍ର, ବିଜୟ ନାୟକ, ରାଧାକାନ୍ତ ପାଢ଼ୀ, ପିତବାସ ଧଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top