ଓଡ଼ିଶା

ବିମୁଦ୍ରୀକରଣ ଏକ ସଂଗଠିତ ଓ ଯୋଜନାବଦ୍ଧ ଲୁଟ – ନିରଞ୍ଜନ ପଟ୍ଟନାୟକ – ବିଫଳତାର ଦୁଇ ବର୍ଷ ପୂର୍ତିରେ କଂଗ୍ରେସ ପକ୍ଷରୁ ଧାରଣା

ଭୁବନେଶ୍ୱର ତା ୯.୧୧ (ଓଡ଼ିଆ ପୁଅ) – ବିମୁଦ୍ରୀକରଣ ବିଫଳତାର ଦୁଇବର୍ଷ ପୂର୍ତି ଅବସରରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ ଯେ ନରେନ୍ଦ୍ର ମୋଦିଙ୍କର ବିମୁଦ୍ରୀକରଣକୁ ଦୁଇବର୍ଷ ପୂରଣ ହୋଇଥିଲେ ମଧ୍ୟ ଭାରତକୁ ଏବେ ମଧ୍ୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଦିନ ମଜୁରିଆ ସେମାନଙ୍କର ରୋଜଗାର ହରାଇଛନ୍ତି। ଭାରତୀୟ ଅର୍ଥନୀତି ୧.୫ ପ୍ରତିଶତ ଜିଡିପି ହରାଇଛି। ଶ୍ରୀ ପଟ୍ଟନାୟକ ସିଧାସଳଖ ଭାବରେ ବିମୁଦ୍ରୀକରଣ ଏନ୍.ଡି.ଏ ସରକାରର ଏକ ସଂଗଠିତ ଓ ଯୋଜନାବଦ୍ଧ ଲୁଟ ବୋଲି ପ୍ରକାଶ କରିଥିଲେ ଏବଂ ବର୍ତମାନ ମୋଦି ଦେଶବାସୀଙ୍କୁ ତା’ର ଜବାବ ଦେବାର ସମୟ ଆସିଛି ବୋଲି କହିଥିଲେ। କଂଗ୍ରେସ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଶରତ ରାଉତ, ସୁମିତ୍ରା ଜେନା, ମନୋରଞ୍ଜନ ଦାଶ, ବିଭୁପ୍ରସାଦ ତରାଇ ପ୍ରମୁଖ ଉଦବୋଧନ ଦେଇ ମୋଦି ସରକାର ବିମୁଦ୍ରୀକରଣ କରି ଭାରତକୁ ପଛକୁ ଠେଲି ଦେଇଛି ବୋଲି ସମାଲୋଚନା କରିଥିଲେ। ଶେଷରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିମୁଦ୍ରୀକରଣ ସଂପର୍କୀୟ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ବିଜୟଲକ୍ଷ୍ମୀ ସାହୁ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସମୀର କୁମାର ରାଉତରାୟ, ଅଶୋକ ସାମଲ, ବିଷ୍ଣୁ ଚରଣ ବାରିକ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ୍ ଦାସ, ମନୋଜ ମହାପାତ୍ର, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, କିଶୋର ଜେନା, ସତ୍ୟସ୍ମିତ ମହାନ୍ତି, ମାନସ ଆଚାର୍ଯ୍ୟ, ସନ୍ଧ୍ୟା ମହାପାତ୍ର, ରତ୍ନମଣି ଉଲାକା, ମନୋରଞ୍ଜନ ରାଉତରାୟ, ପ୍ରଦୀପ ସ୍ୱାଇଁ, ଶ୍ରେୟା ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ପ୍ରଦୀପ ମହାପାତ୍ର, ସୁବ୍ରତ ମହାପାତ୍ର, ଦରିଦ୍ର ନାରାୟଣ ନାୟକ, ଏମ.ଡି. ଶାହାଦୁଲ୍ଲା, ଉଷାରାଣୀ ବେହେରା, ଜୟନ୍ତ ଭୋଇ, ଦିଲ୍ଲିପ୍ ସ୍ୱାଇଁ, ଆକାଶ ମହାନନ୍ଦ, ବିଶ୍ୱଭୂଷଣ ଦାସ, ସୁକାନ୍ତ ବେହେରା, ସନ୍ତୋଷ ବଳ, ନାରାୟଣ ଜେନା, ଭାଗ୍ୟଶ୍ରୀ ପ୍ରଧାନ, ତରୁଣ ମିଶ୍ର, ସଂଜୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top