ad
ଆମ ପର୍ବ ପର୍ବାଣୀ

ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା

ପାଟଣା , ତା୧୦/୦୨ (ଓଡ଼ିଆ ପୁଅ/ଅଭିମନ୍ୟୁ) ଶ୍ରୀ ପଞ୍ଚମୀ ଅବସରରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ଆଧ୍ୟାତ୍ମିକତା ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପରିଧାନ କରି ନଡିଆ କଦଳୀ ଆଦି ଭୋଗରାଗ ସହ ବହି ପ୍ୟାକେଟ ପୂଜା ପାଇଁ ଶିକ୍ଷାୟତନକୁ ନେଇ ପୂଜା କରିବା ସହ ପୁଷ୍ପାଞ୍ଜଳୀ ଦେଇ ସରସ୍ୱତୀଙ୍କୁ ପୂଜା କରିଛନ୍ତି । ବହୁ ଶିକ୍ଷାୟତନରେ ଛାତ୍ରଛାତ୍ରୀଙ୍କ ପାଇଁ ଭୋଗ ସହ ପ୍ରସାଦ ସେବନର ଆୟୋଜନ ହୋଇଥିବା ଦେଖାଯାଇଥିଲା । ପାଟଣା ବ୍ଲକ ଓ ଢେଙ୍କିକୋଟ ଅଞ୍ଚଳର ସମସ୍ତ ସ୍କୁଲ,କଲେଜ ସହ ବିଭିନ୍ନ କ୍ଲବ ପକ୍ଷରୁ ରବିବାର ମା’ ସରସ୍ୱତୀଙ୍କ ପୂଜା ଆଧ୍ୟାତ୍ମିକତା ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।

ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ଏବିଇଓ ନରୋତ୍ତମ ସାହୁ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି, ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧରଣୀଧର ଦାସ ପ୍ରମୁଖ ପୂଜାରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପାଟଣା କଲେଜ ଜିଏନ୍ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ,ଅରବିନ୍ଦ ଶିକ୍ଷାକେନ୍ଦ୍ର, ସେଣ୍ଟ୍‍ ଜାଭିୟର ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଡୁମୁରିଆ ଭୀମକୁଣ୍ଡ ମହାବିଦ୍ୟାଳୟ, ତୁରୁମୁଙ୍ଗା ଦଧିବାମନ କଲେଜ,ଦଧିବାମନ ଉଚ୍ଚ ବିଦ୍ୟାଳୟ, ଖିରେଇଟାଙ୍ଗିରୀ ହାଇସ୍କୁଲ,ବାଉଁଶୂଳୀ ହାଇସ୍କୁଲ ଆଦି ସମସ୍ତ ଶିକ୍ଷାୟତନରେ ସରସ୍ୱତୀ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଥିବାବେଳେ ଢେ଼ଙ୍କିକୋଟର ଓଡିଶା ଆଦର୍ଶ ବିଦ୍ୟାଳୟର ଏସ୍ଏନ୍ କଲେଜ, ସତ୍ୟନାରାୟଣ ବିଦ୍ୟାପୀଠ, ଢେ଼ଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଭୋଳବେଡା ଜନତା ବିଦ୍ୟାପୀଠ,ପିପିଳିଆ
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ,ଗୋପବନ୍ଧୁ ବିଦ୍ୟାପୀଠ ତୋରାଣୀପୋଖରୀ, ମୁକ୍ତାପୁର ବାଳମୁକୁଳି ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ ଆଦିରେ ବିଭିନ୍ନ ଅନୁଷ୍ଠାନ ରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top