ବିଭିନ୍ନ ସରକାରୀ କର୍ମଚାରୀଙ୍କ ଠାରୁ ପରମିଶନ ନେଇ ନିୟମିତ ଶିକ୍ଷକ ମାନ୍ୟତାରୁ ବାଦ ପଡିଲେ

ଖଡିଆଳ/ନୂଆପଡା-୧୧.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା ଓ ଅଧାରୁ ବାଦ ପଡିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଶ୍ରୋତରେ ସାମିଲ କରିବା ପାଇଁ ଗତ ୨୦୦୨ ମସିହାରେ ଡିପିଇପି ମାଧ୍ୟମରେ ଆମ ରାଜ୍ୟରେ ଡିପିଇପି ଓ ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ନିଶ୍ଚିତ ଶିକ୍ଷା ଯୋଜନା ଓ ଅଭିନବ ବିକଳ୍ପ ବିଦ୍ୟାଳୟ ଆରମ୍ଭ କରିଥିଲେ। ପରେ ନିର୍ଦ୍ଧାରୀତ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଫଣ୍ଡ ନଆସିବାରୁ ରାଜ୍ୟ ସରକାର ୨୦୦୮ ମସିହାରେ ଏହି ଯୋଜନାକୁ ବନ୍ଦ କରି ଦେଇଥିଲେ। ଏହି ଯୋଜନାରେ ରାଜ୍ୟରେ ନିଯୁକ୍ତି ପାଇଥିବା ୨୩ ହଜାର ଛଟେଇ ଶିକ୍ଷକ ରାଜରାସ୍ତାକୁ ଓଲ୍ଲାଇବା ଦ୍ୱାରା ଗତ ୨୦୦୮ ମସିହା ଜୁଲାଇ ୧ ତାରିଖରେ ଛଟେଇ ହୋଇଥିବା ସମସ୍ତ ଶିକ୍ଷକ ମାନଙ୍କୁ ଗଣ ଶିକ୍ଷକ ମାନ୍ୟତା ଭାବରେ ନିଯୁକ୍ତି ପ୍ରଦାନ କରିଥିଲେ। ନିଯୁକ୍ତି ଦେବା ପୂର୍ବରୁ ମାଟ୍ରିକ ପାସ କରିଥିବା ଶିକ୍ଷକଙ୍କୁ ଯୁକ୍ତ୨ ପାସ ଓ ପରେ ସିଟି ପାସ କରିବା ବାଧ୍ୟତା ମୂଳକ ବୋଲି ସରକାରୀ ନିର୍ଦ୍ଦେଶନାମା ଜାରୀ ହୋଇଥିଲା। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଅନୁମତୀ ନେବାର ନିୟମ ଜାରି କରାଯାଇ ନ ଥିଲା। ନିଯୁକ୍ତ ପାଇଥିବା ଗଣ ଶିକ୍ଷକ ମାନେ ମାନ୍ୟତା ପ୍ରାପ୍ତ ବିଭିନ୍ନ ସରକାରୀ ଡିପିସି, ଡିଆଇଏସ, ବିଡିଓ, ଏସଆଇଏସ ଓ ପ୍ରଧାନଶିକ୍ଷକ ମାନଙ୍କ ଠାରୁ ପରମିଶନ୍ ନେଇ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। କିନ୍ତୁ ଖଡିଆଳ ବ୍ଲକରେ ୬ ଜଣ ଗଣଶିକ୍ଷକ ଏସଆଇଏସଙ୍କ ଠାରୁ ଏବଂ ୫ ଜଣ ଗଣଶିକ୍ଷକ ପ୍ରଧାନଶିକ୍ଷକଙ୍କ ଠାରୁ ପରମିଶନ ନେଇ ପରୀକ୍ଷା ଦେଇଥିଲେ। ପରମିଶନ ପ୍ରଦାନ କରିଥିବା ଏସଆଇଏସ ମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ ମଧ୍ୟ ନିଜ ଅଫିସ ରେକର୍ଡରେ ଚିଠି ନଂ ଲେଖିନଥିଲେ। ଯାହାଫଳରେ ବର୍ତ୍ତମାନ ନିୟମିତ ଶିକ୍ଷକ ପାଇବାରୁ ବଞ୍ଚିତ ହେଉଛନ୍ତି ଖଡିଆଳ ବ୍ଲକର ୧୧ ଜଣ ଗଣଶିକ୍ଷକ। ସେମାନେ ହେଲେ ଆଦିତ୍ୟ କୁମାର ପାଣିଗ୍ରାହୀ, ରଘୁନାଥ ମହାପାତ୍ର, ବିମଲି ପଟେଲ, ଗଙ୍ଗାଧର ମହାଉତୀ, ବଂଶିଧର ଜଗତ, ମୋହନ ବାଗ, ପଦ୍ମା ଜଗତ, ସୁଦନ ମେହେର, ଅମୂଲୂ କୁମାର ଦାଶ, ଜଳଧର ମାଝୀ ଓ ସରୋଜ ଘିଭେଲା ପ୍ରମୁଖ ଗଣଶିକ୍ଷକ ବାଦ ପଡିଛନ୍ତି। ସରକାରୀ କର୍ମଚାରୀ ମାନେ ପରମିଶନ ପ୍ରମାଣ ପତ୍ର ଦେବା ପୁର୍ବରୁ ନିଜ ସରକାରୀ ରେକର୍ଡ ଖାତାରେ ଚିଠି ନମ୍ବର ଚଢାଇବା କଥା। କିନ୍ତୁ ଏହି କର୍ମଚାରୀ ମାନେ ପରମିଶନ ପ୍ରମାଣ ପତ୍ର ଦେଇ ରେକର୍ଡ ଖାତାରେ ଚିଠି ନମ୍ବର ଚଢାଇ ନଥିଲେ। ଯାହାଫଳରେ ବର୍ତ୍ତମାନ ଖଡିଆଳ ବ୍ଲକର ୧୧ ଜଣ ଗଣ ଶିକ୍ଷକ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ଗଣ ଶିକ୍ଷକ କାହିଁକି ଦାୟୀରହିବେ। ପ୍ରଶାସନିକ ଅଧିକାରୀ କାହିକିଁ ଦାୟୀ ରହିବେ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ନୁଆପଡା ଜିଲାରେ ୭୩୧ ଜଣ ଗଣ ଶିକ୍ଷକ ନିୟମିତ ହୋଇଥିବା ବେଲେ ଖଡିଆଳ ବ୍ଲକ ୧୧ ଜଣ ଙ୍କୁ ମିଶାଇ ଜିଲାରେ ୬୫ ଜଣ ଗଣ ଶିକ୍ଷକ ନିୟମିତ ହୋଇପାରି ନାହାନ୍ତି। ଏ ବିଷୟରେ ନୁଆପଡା ଜିଲା ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରାଯିବାରୁ ବାଦ ପଡିଥିବା ଗଣ ଶିକ୍ଷକ ମାନଙ୍କ ତାଲିକା ରାଜ୍ୟ ସରକାର ଙ୍କ ମାସ ଏଣ୍ଡ ଏଜୁକେଶନ ଡିପାର୍ଟମେଣ୍ଟ ଙ୍କୁ ପଠାଇ ଦିଆଯାଇଛି। ସେ ଠାରୁ ନିର୍ଦ୍ଦେଶ ଆସିଲେ ଏମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ବାଦ ପଡିଥିବା ଶିକ୍ଷକ ଗଣ ତୁରନ୍ତ ନିଯୁକ୍ତି ପ୍ରଦାନ ନ କଲେ ନୁଆପଡା ଜିଲା ଶିକ୍ଷା କାର୍ଯ୍ୟାଳୟ ଠାରେ ଆମରଣ ଅନସନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *