ବିଭିନ୍ନ ସମସ୍ୟା ନେଇ ଶିକ୍ଷକ ସଂଘର ଦାବିପତ୍ର

ଖଡିଆଳ/ନୂଆପଡା-୦୪.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ ନୂଆପଡା ଜିଲା ଖଡିଆଳ ଶାଖା ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲା ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ବୈାଠକ ଅନୁଷ୍ଠିତ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ପରେ ସଂଘ ପକ୍ଷରୁ ଖଡିଆଳ ବିଇଓ ଙ୍କ କାର୍ଯ୍ୟଳୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ମାନଙ୍କ ସପ୍ତମ ବେତନ ର ବକେୟା ପାଉଣା ସତକଡା ୪୦ ଭାଗ ପ୍ରଦାନ କରିବା ପାଇଁ ୩୧.୩.୧୮ ସୁଦ୍ଧା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ର ଶିକ୍ଷା ବିଭାଗ ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କିନ୍ତୁ ଖଡିଆଳ ଗୋଷ୍ଠି ଶିକ୍ଷା ଅଧିକାରୀ ଏହାର ଭ୍ରୁକ୍ଷେପ ନକରି ଟାଲଟୁଲ ନିତି ଅବଲମ୍ବନ କରିଥିଲେ। ପୁଣି ୨୦୧୮ ଜାନୁୟାରୀ ମାସରୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଇନକ୍ରିମେଣ୍ଟ ବନ୍ଦ କରିଦେଇଥିବା କେତେଦୁର ଯୁକ୍ତିଯୁକ୍ତ। ଗୋଷ୍ଠିଶିକ୍ଷା ଅଧିକାରୀ ଖଡିଆଳ ଏହି ଇନକ୍ରୀମେଣ୍ଟ କୁ ମଧ୍ୟ ବନ୍ଦ କରିଦେଇଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁଣି ଖଡିଆଳ ବ୍ଲକ ର ୧୧ ଜଣ ଗଣଶିକ୍ଷକ ଙ୍କୁ ସମସ୍ତ ପ୍ରକାର କାଗଜାତ ଠିକ ଥିଲେ ମଧ୍ୟ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଇନାହିଁ। ଏହା ସହିତ ଖଡିଆଳ ଗୋଷ୍ଠିଶିକ୍ଷା କାର୍ଯ୍ୟଳୟରେ ୩ ଜଣ ସହ ଗୋଷ୍ଠି ଶିକ୍ଷା ଅଧିକାରୀ ରହିବାର ନିୟମ ଥିବା ବେଲେ ବର୍ତ୍ତମାନ ଜଣେ ମାତ୍ର ସହ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟ ତୁଲାଉଛନ୍ତି। ପୁଣି ଗତ ୬ ମାସ ହେଲା ଗୋଷ୍ଠି ଶିକ୍ଷା ଅଧିକାରୀ ପଦବୀ ଖାଳି ପଡିଥିବା ବେଲେ କୋମନା ବ୍ଲକ ଗୋଷ୍ଠିଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଦୁଇଗୋଟି ଦାୟୀତ୍ୱ ତୁଲାଉଛନ୍ତି। ସେ ପୁଣି ଖଡିଆଳ କୁ ଠିକ ଭାବରେ ଆସୁନଥିବାରୁ ଅନେକ ସମସ୍ୟା ଦେଖାଦେଉଛି। ଏହି ସବୁ ସମସ୍ୟାର ଶିଘ୍ର ସମାଧାନ ନକଲେ ଖଡିଆଳ ଗୋଷ୍ଠି ଶିକ୍ଷା କାଯ୍ର୍ୟଳୟ ଠାରେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରିବା ପାଇଁ ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି। ଆଜିର ଏହି ଦାବିପତ୍ର ପ୍ରଦାନ ବେଲେ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହିତ ସତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *