ଜିଲ୍ଲା ପରିକ୍ରମା

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଦିବାସୀ ମେଲୀ

ଖଡିଆଳ/ନୂଆପଡା-୮.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ଖଡିଆଳ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବଡଦୋହେଲ ଗ୍ରାମରେ ଜନଜାତୀ ଲୋକଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ର ବାଟ ଓଗାଳିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଖଡିଆଳବ୍ଲକ ଜନଜାତି ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥି ଭାବରେ ପୂର୍ବତନ ନୂଆପଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ଜେମାମଣି ଧରୁଆ ଯୋଗ ଦେଇଛନ୍ତି । ସମ୍ମାନିତ ଅତିଥିଭାବରେ ବିହାରୀଲାଲ ମାଝୀ, ସୁଦାମ ସଂ ଭୋଇ, ପୁଷ୍ପାଞ୍ଜଳୀ ମାଝୀ, ଦୁର୍ମିଳା ମାଝୀ, ଯୋଗ ଦେଇଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଖଡିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର ଯୋଗଦେଇ ଜନଜାତୀ ସଂପ୍ରଦାୟ ଲୋକଙ୍କ ବିଭିନ୍ନ ମୌଳିକ ଅଧିକାର ସଂମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି । ସରକାର ଜନଜାତୀଙ୍କ ସାମାଜିକ ବିକାଶ ପାଇଁ ଅନେକ ଜନକଲ୍ୟାଣ କାରୀ ଯୋଜନା କରିଥିବାବେଳେ ବଡଦୋହେଲ ଗ୍ରାମପ୍ରତି ଅବହେଳା କରିଆସିଛନ୍ତି । ବିଜୁଳି, ପାନିୟଜଳ, ସଡକ, ଶିକ୍ଷା, ସ୍ୱାସ୍ଥ୍ୟ ଦିଗରେ ଚରମ ଅବହେଳା କରିଥିବା ଅଭିଯୋଗ କରିଛନ୍ତି । ସାତବର୍ଷ ହେଳା ଗ୍ରାମର ବିପିଏଲ୍ ହୀତାଧିକାରୀ ବିପିଏଲ ବିଦୁ୍ୟତିକରଣ ରୁ ବଞ୍ଚôତ, ନଦିଘାଟ କୁ ଯିବାଆସିବା ପାଇଁ ସଡକ, ବିଦ୍ୟାଳୟ କୁ ପାଚେରୀ ତୁରନ୍ତ ନିର୍ମାଣ ପାଇଁ ପ୍ରସଶନ ପାଖରେ ଦାବୀ କରିଛନ୍ତି । ନଚେତ୍ ଜନଜାତୀ ଙ୍କ ଅନେ୍ଦାଳନ ତେଜିବ ବୋଳି ଚେତାବନି ଦେଇଛନ୍ତି । ଅର୍ଜୁନ ମାଝୀ, ପତିରାମ ମଝୀ, ଶ୍ରୀହରି ଖାଡିଆ ଓ ବଡଦୋହେଲ ଗ୍ରାମର ଯୁବକ ମାନେ ସହେଯୋଗ କରିଥିବା ଜଣାପଡେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top