ad
ଜିଲ୍ଲା ପରିକ୍ରମା

ବିଭିନ୍ନ ଶୈବପୀଠରେ ଗୁଆଲି ଉତ୍ସବ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସହର ସମେତ ଉପକଣ୍ଠ ଗ୍ରାମମାନଙ୍କରେ ଶିତଳଷଷ୍ଠୀ ଗୁଆଲି ଉତ୍ସବ ମଙ୍ଗଳବାର ସଂଧ୍ୟାରେ ପାଳିତ ହୋଇଯାଇଛି। ଡ଼ାକ୍ତର ମୁକୁନ୍ଦ ମିଶ୍ର ନଗରର ଆରାଧ୍ୟ ଦେବତା ମୁକୁଳେଶ୍ୱର ମହାଦେବଙ୍କ ଗୁଆଲି ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ପାଳିତ ହୋଇଥିଲେ। ଏହି ଅବସରରେ ମୁକୁଳେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କୁ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଛତିତ୍ରାସ ଘଂଟ ଓ ବାଦ୍ୟବାଦଳ ମଧ୍ୟରେ ଠାକୁର ନଗର ପରିକ୍ରମା କରିଥିଲେ। ଉଜ୍ଜଳ ଆଲୋକ ମାଳାର ପଟୁଆର ଓ ପାରମ୍ପାରିକ ବାଦ୍ୟବାଦଳ ମଧ୍ୟରେ ଠାକୁର ନଗର ପରିକ୍ରମା କରିବା ସମୟରେ ବିଭିନ୍ନ ଦୁଆର ମୁହଁରେ ଫକ୍ତି ଭୋଗ କରାଯାଇଥିଲା। ଦୁଆର ମୁହଁରେ ପୁରୋହିତ ଠାକୁରଙ୍କୁ ପକ୍ତି ଭୋଗ ଲାଗିକରିଥିଲେ। ନଗରର ସଭାପତି ଜଗଦା ନନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ନାବଧାନରେ ବାସିନ୍ଦା ମାନେ ଗୁଆଲି ଉତ୍ସବକୁ ପରିଚାଳନା କରିଥିଲେ। ସେହି ଭଳି ନରେନ୍ଦ୍ରକୋଣ ସ୍ଥିତ ମହାଦେବଙ୍କର ଗୁଆଲି ଉତ୍ସବ ସୋମବାର ସଂଧ୍ୟାରେ ପାଳିତ ହୋଇଥିଲା। ମହାଦେବ ଓ ମାତା ପାର୍ବତୀ ବୃଷଭ ଉପରେ ବସି ଗୁଆଲି ଯାତ୍ରାରେ ସ୍ଥାନୀୟ ଅଂଚଳ ପରିକ୍ରମା କରିଥିଲେ। ଘଂଟଛତା ଓ ବାଦ୍ୟ ବାଦଳ ମଧ୍ୟରେ ମହାଦେବଙ୍କ ଗୁଆଲି ଶୋଭାଯାତ୍ରା ନଗର ପରିକ୍ରମା କରିଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦୁଆରେ ଠାକୁରଙ୍କୁ ଫକ୍ତିଭୋଗ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top