ବିଭିନ୍ନ ମାମଲାରେ ଜଡିତ ତିନି ଡକାୟତ ଗିରଫ

ଟିଟିଲାଗଡ଼ ୭ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦୀର୍ଘ ଦିନରୁ ଟିଟିଲାଗଡ ଓ ଆଖ ପାଖ ଥାନା ଅଂଚଳ ଗୁଡିକରେ ଛୋଟ ବଡ ଡକାୟତି କରିଆସୁଥିବା ତିନି ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି। ରାହାଜାନି, ଘରୁ ଚୋରି, ଓ ଡ଼କାୟତି କରି ଆସୁଥିବା ତିନି ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଅନ୍ୟ ସହଯୋଗୀମାନେ ଫେରାର ଥିବା ଜଣ ଯାଇଛି। ବିଭିନ୍ନ ମାରଣାସ୍ତ୍ର ସହ ନିଶା ସ୍ପ୍ରେ କରି ଅଚେତ କରି ଘରପଶି ଧନ ଲୁଟ କରୁଥିଲେ। ତେବେ ଟିଟିଲାଗଡ ହାଟପଦା ପଡା ଓ ଅନେକ ଘରୁ ଏପରି ଚୋରି ହୋଇଥିବା ବେଳେ ତାର ସୁରାକ ମିଳିପାରିନି। ତେବେ ଏହିପରି ଅନେକ ଚୋରି ଓ ଡକାୟତି ତଥା ତାଙ୍କ ଅନ୍ୟ ସହଯୋଗୀଙ୍କୁ ଗିରଫ କଲେ ଅନେକ ରହସ୍ୟ ପଦାକୁ ଆସିବ। ବର୍ତମାନ ଗିରଫ ଏହି ତିନି ଅଭିଯୁକ୍ତ ହେଲେ ମୁକୁନ୍ଦ ବାଗ,ବବ୍ଲୁ ବାରିକ, ସଞ୍ଜୟ ସୁନା। ତାଙ୍କ ନିକଟରୁ ଗୋଟିଏ ସୁନା ଚେନ ଓ ଚାରୋଟି ମାତ୍ର ସାଇକେଲ ଜବତ କରିବା ସହ ତଦନ୍ତ ଜାରି ଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *