ବିଭିନ୍ନ ପ୍ରକାରର ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ଛାତ୍ର

ହରିଚନ୍ଦନପୁର, ତା୨୭ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରକାରର ବିଷଧର ସାପ ଉଦ୍ଧାର କରି କୁଆଝରଣ ଜଙ୍ଗଲରେ ଛାଡ଼ିଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ ଭଅଁରପୁର ଗ୍ରାମର ଅନନ୍ତ ଚରଣ ସାହୁଙ୍କ ପୁତ୍ର ଶାନ୍ତିଭୂଷଣ ସାହୁ ନିଜର ସାହସିକତା ଦେଖାଇ ଅନେକ ଗ୍ରାମର ବାସଗୃହରୁ ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି। ଆଜକୁ ଏକବର୍ଷ ହେବ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟରେ ସର୍ପ ଧରିବା ଶିକ୍ଷା ଅଧ୍ୟୟନ କରୁଥିବାର ଜଣାପଡିଛି। ଛୁଟିରେ ଘରକୁ ଆସିଥିବା ବେଳେ ବର୍ଷା କାରଣରୁ ଅନେକ ଅଞ୍ଚଳର ଅନେକ ବାସଗୃହ ମଧ୍ୟରେ ସାପ ପ୍ରବେଶ କରିଥିବାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସାପ ଗୁଡିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି। ଏହି ସାହାସିକତା କାର୍ଯ୍ୟକୁ ନେଇ ଲୋକମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବା ସହ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Leave a Reply

Your email address will not be published. Required fields are marked *