ଅନୁଗୁଳ

ବିଭିନ୍ନ ଦାବି ନେଇ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୯/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ.ର ହିଙ୍ଗୁଳା କୋଇଲାଖଣିରେ ଗୋପାଳପ୍ରସାଦ ଗ୍ରାମର ଖଣି କ୍ଷତିଗ୍ରସ୍ତ ପ୍ରଜା କ୍ଷତିପୂରଣ, ନିଯୁକ୍ତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧାସୁଯୋଗ ଦାବି କରି ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ବୁଧବାର ସକାଳୁ କ୍ଷତିଗ୍ରସ୍ତ ପ୍ରଜାମାନେ ହିଙ୍ଗୁଳା ଟାଇମ୍ ଅଫିସ ସମ୍ମୁଖରେ ଧାରଣା ଦେବାସହ ଖଣି କାର୍ଯ୍ୟକୁ ବନ୍ଦ କରିଥିଲେ। କ୍ଷତିଗ୍ରସ୍ତ ପ୍ରଜାଙ୍କ କହିବାନୁଯାୟୀ ସେମାନଙ୍କର ଜମି, ଘରବାଡ଼ି ଏମ୍.ସି.ଏଲ.ର ହିଙ୍ଗୁଳା କୋଇଲାଖଣି ନିମନ୍ତେ ପର୍ଯ୍ୟାୟକ୍ରମେ ଅଧିଗୃହିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ସେମାନେ ନିୟମାନୁଯାୟୀ କ୍ଷତିପୂରଣ, ନିଯୁକ୍ତି ଆଦି ପାଇନାହାନ୍ତି। ଅପରପକ୍ଷେ ଖଣି କର୍ତ୍ତୃପକ୍ଷ ସେମାନଙ୍କର ଘରଦ୍ୱାର ଭାଙ୍ଗି କୋଇଲା ଉତୋଳନ କରି ଚାଲିଛନ୍ତି। ଫଳରେ ଗ୍ରାମବାସୀ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି। ଏ ସମ୍ପର୍କରେ ସେମାନେ ପ୍ରଶାସନ, ଏମ୍.ସି.ଏଲ.ର ସିଏମଡି ଆଦି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନି। ଏପରିକି ସେମାନଙ୍କର ସମସ୍ତ କାଗଜପତ୍ରର ହିସାବ ମଧ୍ୟ ଏମ୍.ସି.ଏଲ କର୍ତ୍ତୃପକ୍ଷ ଦେଇ ପାରୁନାହାନ୍ତି। ଏଣୁ ଗ୍ରାମବାସୀ ହିଙ୍ଗୁଳା କୋଇଲାଖଣିରେ ଆନ୍ଦୋଳନ କରିଛନ୍ତି। ଏଣୁ ଉକ୍ତ କୋଇଲାଖଣିରୁ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ଷତିଗ୍ରସ୍ତ ପ୍ରଜା ଚେତାବନୀ ଦେଇଛନ୍ତି। ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବାକୁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top