ଓଡ଼ିଶା

ବିଭିନ୍ନ ଦାବି ନେଇ ଯୋଡା ବିକାଶ ପରିଷଦର ଦିଲ୍ଲୀ ଗ୍ରସ୍ତ

ଯୋଡା, ତା ୨୭.୦୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବିକାଶ ପରିଷଦର ଏକ ୬ ଜଣିଆ ଟିମ୍ ସୋମବାର ଦିନ ଦିଲ୍ଲି ଗସ୍ତ କରି ମଙ୍ଗଳବାର ଦିନ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାୟଳର ପ୍ରମୁଖ ସଚିତ ଶ୍ରୀ ଯୁଦ୍ଧବୀର ସିଂ ମଲ୍ଲିକଙ୍କ ସହିତ ଭେଟ କରି ଜାତୀୟ ରାଜପଥ – ୨୦ (ପୂର୍ବରୁ ୨୧୫) ରିମୁଳିରୁ ରାଜା ମୁଣ୍ଡା ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନିତ କରିବା ନେଇ ବିଷଦ ଆଲୋଚନା କରିଥିଲେ। ଏହି ଦଳ ସହିତ କେନ୍ଦୁଝର ସାଂସଦ ଶ୍ରୀମତୀ ଶକୁନ୍ତଳା ଲାଗୁରୀ ଓ ବିକାଶ ପରିଷଦ ପକ୍ଷରୁ ପୃଥକ ଭାବେ ଦୁଇଟି ଲିଖିତ ଦାବି ପତ୍ର ମନ୍ତ୍ରୀ ନୀତିନ ଗଡକରିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ତେବେ ଏହି ଆଲୋଚନା ପରେ ଶ୍ରୀ ମଲ୍ଲିକ ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଜଣାପଡିଛି। ଆସନ୍ତା କାଲି ବିକାଶ ପରିଷଦ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ସହିତ ଭେଟ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିକାଶ ପରିଷଦ ପକ୍ଷରୁ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜରକୁ ବାଂଶପାଣୀ ସଂପ୍ରସାରଣ, ଯୋଡା-ବଡବିଲକୁ ରେଳପଥ ସଂଯୋଗୀକରଣ, କଲିକତାରୁ ବଡବିଲ ଆସୁଥିବା ଜନଶତାବ୍ଦି ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରି ପୂର୍ବବତ ଚାଲୁରଖିବା ଏବଂ ସପ୍ତାହରେ ଅନ୍ତତ ଗୋଟିଏ ଦିନ ଭୁବନେଶ୍ୱରରୁ ଦିଲ୍ଲି ଯାଉଥିବା ଏକ୍ସପ୍ରେସ ରେଳକୁ ବାଂଶପାଣୀ ବାଟ ଦେଇ ଚଳାଚଳ କରିବାକୁ ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

ଏହି ୬ ଜଣିଆ ଦଳରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର, ସମ୍ପାଦକ ସୁଶାନ୍ତ କୁମାର ବାରିକ, ଅଧ୍ୟକ୍ଷ ଶିରିଶ ଚନ୍ଦ୍ର ମହାନ୍ତି, ସଦସ୍ୟ ମାନସ ରଞ୍ଜନ ମହାନ୍ତି, ପ୍ରକାଶ କୁମାର ମହାନ୍ତି, ପବିତ୍ର କୁମାର ଦାସ ପ୍ରମୁଖ ଆଲୋଚନାରେ ଯୋଗଦେଇଥିବା ଜଣାପଡିଛି। ତେବେ ଯୋଡା ବିକାଶ ପରିଷଦର ସଭାପତି ଶ୍ରୀ ବହିଦାରଙ୍କ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ, କେନ୍ଦ୍ର ସରକାର ଯୋଡା-ବଡବିଲ ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ଏ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସିଛନ୍ତି। ତେବେ ଆମର ଉପସ୍ଥାପିତ ନ୍ୟାର୍ଯ୍ୟ ଦାବି ଗୁଡିକୁ କେନ୍ଦ୍ର ସରକାର ଗ୍ରହଣ ନକଲେ ଆଗାମୀ ଦିନରେ ଏହାକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top