କେନ୍ଦ୍ରାପଡ଼ା

ବିଭିନ୍ନ ଦାବି ନେଇ ମିଳିତ ବିଏଡ ଶିକ୍ଷକ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୨୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ମିଳିତ ଶିକ୍ଷକ ବିଏଡ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦ୍ୟଶରେ ଜିଲ୍ଲାପାଳ ରଘୁଜୀଙ୍କୁ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ୫୩ ହଜାର ତାଲିମ ପ୍ରାପ୍ତ ଗ୍ରାଜୁଏଟ ଶିକ୍ଷକ ସଂଘ ପକ୍ଷରୁ ଦିର୍ଘ ଦିନ ଧରି ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ସରକାର ପ୍ରତିଶୃତି ଦେଇ ଟାଳ ଟୁଳ ନୀତି ଆବଲମ୍ବନ କରୁଛନ୍ତି । ଏହାକୁ ନେଇ ଜିଲ୍ଲା ଶାଖା ପକ୍ଷରୁ ଏକ ଦାବି ପ୍ରଦାନ କରାଯାଇଛି । ପ୍ରମୁଖଦାବି ଗୁଡିକ ମଧ୍ୟରେ ଟିଜିଟି ହାରରେ ଦରମା ପ୍ରଦାନ, ୨୦୧୪ ଜୁଲାଇ ୧ ତାରିଖରୁ କ୍ୟାଡର ରୁଲ ପରିବର୍ତ୍ତନ , ଟିଜିଟି କନିଷ୍ଠ ଶିକ୍ଷକ ମାନଙ୍କୁ ଆରଟିଇ ଆକ୍ଟ ୨୦୧୦ ନିୟମ ଅନୁଯାୟୀ ନିୟମିତ କରିବା ଆଦି ଅନ୍ତର୍ଭୁକ୍ତ । ଜିଲ୍ଲା ଶାଖା ସଭାପତି ରମେଶ ଚନ୍ଦ୍ର ସାହାଣୀଙ୍କ ନେତୃତ୍ୱରେ ବଳଦେବ ପ୍ରସାଦ ଜେନା, ରାଜେନ୍ଦ୍ର ପ୍ରସାଦ ରାଉତ, ମହେନ୍ଦ୍ର କୁମାର ମଲ୍ଲିକ, ସୁଜିତ କୁମାର ସୁଆର, ମଧୁସୂଦନ ଶତପଥି କୈଳାସ ଚନ୍ଦ୍ର ରାଉତ, ରମେଶ ଚନ୍ଦ୍ର ସାହୁ ପ୍ରମୁୁଖ ଜିଲ୍ଲାପାଳଙ୍କ ୁଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦ୍ୟଶରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top