ବିଭିନ୍ନ ଦାବିରେ ଜିଆରଏସଙ୍କ ଧାରଣା ୪ର୍ଥ ଦିନରେ

ହାଟଡ଼ିହି, ୨୧/୯/ :(ବିକାଶ ବିଶ୍ୱାଳ) ବିଭିନ୍ନ ଦାବିନେଇ ଜିଆରଏସ ସଂଘ ପକ୍ଷରୁ ଚାଲିଥିବା ଆନେ୍ଦାଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଜିଆରଏସ ମାନଙ୍କୁ ନିୟମିତ କରିବା, ଖାଲିପଡିଥିବା ଭିଏଲଡବ୍ଲୁ୍ୟ ପଦବୀରେ ଶତ ପ୍ରତିଶତ ନିଯୁକ୍ତି ଦାବିକରି ସଂଘ ପକ୍ଷରୁ ଏହି ଆନେ୍ଦାଳନ ଆରମ୍ଭ କରାଯାଇ ଥିବାବେଳେ ଜି.ଆର.ଏସ ମାନେ ଆଜିକୁ ଚାରିଦିନ ହେଲା କାର୍ଯ୍ୟବନ୍ଦ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଫଳରେ ବ୍ଳକ ଓ ସମସ୍ତ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ଖଣିକ୍ଷତିଗ୍ରସ୍ତ ବିଜୁପକ୍କାଘର ଆଦି ସରକାରୀ କାର୍ଯ୍ୟରେ ବାଧା ଉପୁଜିଛି । ଏହି ଆନେ୍ଦାଳନରେ ବିନୟ କୁମାର ମଲ୍ଲିକ, ବଳରାମ ମଲ୍ଲିକ, ବିକାଶ ଜେନା, ରାଜୀବ କୁମାର ଦାସ, ମାନସ ଲେଙ୍କା, ରଶ୍ମୀରେଖା ଜେନା, ଅନନ୍ତ ଚରଣ ସ୍ୱାଇଁ, ମାନସି କୁମାର ଜେନା, ପଙ୍କଜ କୁମାର ତ୍ରିପାଠୀ, ରଞ୍ଜନ କୁମାର ମଲ୍ଲିକ, ନିରଞ୍ଜନ ବାରିକ ପ୍ରମୁଖ ସାମିଲ ହୋଇ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *