ଜିଲ୍ଲା ପରିକ୍ରମା

ବିଭିନ୍ନ ଦାବିନେଇ ୪୦୦ଆଶାକର୍ମୀ ରାଜ ରାସ୍ତାକୁ ଓହ୍ଲାଇଲେ,ସ୍ୱାସ୍ଥ୍ୟମିଶନ କର୍ମଚାରିଙ୍କ ଆନ୍ଦୋଳନ ପାଇଁ ସ୍ୱାସ୍ଥ୍ୟସେବା ଠପ

ମାଲକାନଗିରି,୧୫ା୯(ଓଡିଆ ପୁଅ ) ବିଭିନ୍ନ ଦାବିନେଇ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୪୦୦ ଆଶାକର୍ମୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ।  ନିଖିଳଓଡିଶା ଆଶାକର୍ମୀ ସଂଘ ମାଲକାନଗିରି ଜିଲ୍ଲା ସାଖାର ସଭାନେତ୍ରୀ ତୁଳସୀ କିର୍ତନୀୟା,ସଂପାଦିକା ଅନିତା ବିଶ୍ୱାସଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ଆଶାକର୍ମୀ ମାନେ ଆଜି ସକାଳେ ଏକ ବିରାଟ ସୋଭାଯାତ୍ରାରେ ସହରପରିକ୍ରମା କରି ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭପରେ  ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ଜରିଆରେ ୪ଦଫା ଦାବି ସମ୍ବୋଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି । ଗତ କିଛି ଦିନହେଲା ଜାତୀୟ ସ୍ୱାସ୍ଥ୍ୟମିଶନର କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସହିତ ଆଶାକର୍ମୀ ମାନଙ୍କ କାର୍ଯ୍ୟରେ ବାଧାସୃଷ୍ଟିହୋଇଛି । ଦାବିଗୁଡିକ ମଧ୍ୟରେ ମୁଖ୍ୟତ ରହିଛି ଜିଲ୍ଲାର ସମସ୍ତ ଆଶାକର୍ମୀ ମାନଙ୍କୁ ଅଗଷ୍ଟ ମାସର ଭତା,ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ୧୦ହଜାର ଅନୁଦାନ ଟଙ୍କା ମିଳିନାହିଁ କି ଜନନୀସୁରକ୍ଷା ଯୋଜନାର ୧୪୦୦ଟଙ୍କା ଓ ଗାଡିଭଡା,ସ୍ତ୍ରୀ ବନ୍ଧ୍ୟାକରଣ ରାଶି ମଧ୍ୟ ମିଳିନଥିବାରୁ  ଜିଲ୍ଲାରେ କାର୍ଯ୍ୟରତ ଆଶାକର୍ମୀ ମାନେ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ତୁରନ୍ତ ସେମାନଙ୍କ ପ୍ରାପ୍ୟଟଙ୍କା ପ୍ରଦାନ କରାନଗଲେ ଆଗାମିଦିନରେ ଜିଲ୍ଲାର ସମସ୍ତ ଆଶାକର୍ମୀ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ଜିଲ୍ଲା ଆଶାକର୍ମୀ ସଂଘର ସଭାନେତ୍ରୀ ତୁଳସୀ କିର୍ତନିୟା ସୁଚନାଦେଇଛନ୍ତି ।

ସୁଚନା ଯୋଗ୍ୟ ଯେ ଜାତୀୟ ସ୍ୱାସ୍ଥ୍ୟମିଶନ କର୍ମଚାରୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସିଧାସଳଖ ଭାବେ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ବାଧା ଆଣିଦେଇଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କାଲିମେଳା ବ୍ଲକ ଏମଭି୬୯ଗ୍ରାମର ନିର୍ମଳସିଲ ଓ ମାଲକାନଗିରି ବ୍ଲକ ଦରିଗୁଡା ଗ୍ରାମର ରାମକବାସୀ ଙ୍କୁ ଉଚତର ଚିକିତ୍ସା ନିମନ୍ତେ ଏସସିବି କଟକ ହସପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସେମାନଙ୍କ ଯାତାୟତ ଖର୍ଚବହନ କରିବାର ପାଇଁ ଜିଲ୍ଲାହସପିଟାଲ ସୁପରିଟେଣ୍ଡେଟଂ ଏହିରୋଗୀଙ୍କୁ ସହାୟତା ରାଶି ପ୍ରାଦାନ କରିବା ନିମନ୍ତେ ଗତ୧୨ତାରିଖରୁ ଚିଠି ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ନିକଟକୁ ପଠାଇ ଥିଲେ ମଧ୍ୟ ସ୍ୱାସ୍ଥ୍ୟମିଶନ କର୍ମଚାରି ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ସେହି ରୋଗୀ ମାନଙ୍କୁ ଏପଯ୍ୟନ୍ତ ଟଙ୍କାମିଳି ପାରିନାହିଁ । ସେ ଦୁଇଜଣ ଗୁରୁତର ରୋଗୀ ଉଚ୍ଚତର ଚିକିତ୍ସାପାଇଁ କଟକ ହସପିଟାଲକୁ ଯାଇ ନପାରି ମାଲକାନଗିରି ହସପିଟାଲରେ କର୍ମକୁ ଆଦରି ପଡିରହିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top