ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି, ୧୫ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାପଡ, ଆଚାର ଓ ମସଲାଗୁଣ୍ଡ କିପରି ଭାବେ ପ୍ରସ୍ତୁତ କରି ଜଣେ ଆତ୍ମ ନିର୍ଭରଶୀଳ ହୋଇପାରିବ ସେବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଜିଲା ବିଭିନ୍ନ ଅଞ୍ଚଳରୁ ୨୫ଜଣ ହିତାଧିକାରୀ ସାମିଲ ହୋଇ ୧୦ଦିନ ଧରି ପ୍ରଶିକ୍ଷଣ ହାସଲ କରିଥିଲେ। ଗଜପତି ଲିଡ ବ୍ୟାଙ୍କର ପରିଚାଳକ ଦାମୋଦର ଉଗରସଣ୍ଡି ଉଦ୍ୟାପନି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶିକ୍ଷଣ ହାସଲକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କଠିନ ପରିଶ୍ରମ କଲେ ଜଣେ ସ୍ୱାଧିନ ଭାବେ ସ୍ୱାବଲମ୍ବି ହୋଇଚଳିପାରିବ ବୋଲି ସମସ୍ତ ପ୍ରଶିକ୍ଷଣ ହାସଲକାରୀମାନଙ୍କୁ କୁହାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଦିଲିପ କୁମାର ତନ୍ତୀ ପରିଚାଳନା କରିଥିବା ବେଳେ ଶେଷରେ କେନ୍ଦ୍ର ନିର୍ଦ୍ଦେଶକ ଚିନ୍ତାମଣି ଭୁୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *