ଓଡ଼ିଶା

ଅନାବଶ୍ୟକ ବିବାଦର ଆବଶ୍ୟକତା ନାହିଁ : ବିବାଦ ନକରି ତୁରନ୍ତ ସମାଧାନର ବାଟ ବାହର କରାଯାଉ-ଧର୍ମେନ୍ଦ୍ର ପ୍ରଧାନ

– ବିଭାଗୀୟ ମୁଖ୍ୟ ଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଆନ୍ଦୋଳନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ –

– ବିଭାଗୀୟ ମୁଖ୍ୟଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାର ଦେଲେ ପ୍ରତିଶୃତି
– ମୁଖ୍ୟମନ୍ତ୍ରୀ ବାଁ ହାତରେ ଦସ୍ତଖତ କରିଥିବା କାମକୁ ଡାହଣ ହାତ ମାନୁନି

ଭୁବନେଶ୍ୱର, ୩୧ ଅଗଷ୍ଟ (ଓଡ଼ିଆ ପୁଅ) -ବିଭାଗୀୟ ମୁଖ୍ୟ ଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଦାବିକୁ ସେ ଓ ତାଙ୍କ ଦଳ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନଅତାଲାରେ ଧାରଣା ଦେଇଥିବା କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଳରେ ପହଁଚି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭାଗୀୟ ମୁଖ୍ୟ ଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଦାବିକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି। ୧୫ ଦିନ ହେଲା କଳମଛାଡ ଆନ୍ଦୋଳନ ଚାଲିଛି। ମୁଖ୍ୟମନ୍ତ୍ରୀ ବାଁ ହାତରେ ଦସ୍ତଖତ କରିଥିବା କାମକୁ ଡାହଣ ହାତ ମାନୁନି ବୋଲି ମତ ଦେବା ସହ କର୍ମଚାରୀଙ୍କ ଦାବିକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୫ ଦିନ ହେଲା ଓଡିଶାର ଲୋକମାନେ ହଇରାଣ ହେଲେଣୀ। ମୁଖ୍ୟମନ୍ତ୍ରୀ ଘରର ମୁରବି। ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବାର ୪-୫ ମାସ ବିତିଲାଣୀ। ତେଣୁ କେଉଁ ଅଧିକାରୀ ମାନେ ଏଥିରେ ବାଧକ ସାଜୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ବିଚାର କରିବା ଦରକାର। ମୁଖ୍ୟମନ୍ତ୍ରୀ ଦସ୍ତଖତ କରୁଛନ୍ତି ଏହାକୁ ଆଉ କେହି ଶକ୍ତିଶାଳୀ ବ୍ୟକ୍ତି ଅଟକାଉଛନ୍ତି ଏହା ସେ ବୁଝି ପାରୁନାହାନ୍ତି। ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ସମସ୍ତେ ଆମର। କିଏ ସଚିବାଳୟରେ କାମ କରୁଛି କିଏ ନଅତାଲାରେ କାମ କରୁଛି କିଏ ଜିଲାରେ କାମ କରୁଛି। ଏହାକୁ ନେଇ ଅନାବଶ୍ୟକ ବିବାଦର ଆବଶ୍ୟକତା ନାହିଁ। ବିବାଦ ନକରି ତୁରନ୍ତ ସମାଧାନର ବାଟ ବାହର କରାଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top