ad
ଅପରାଧ

ବିଭତ୍ସ ହତ୍ୟାକାଣ୍ଡ : ପଥରରେ ଛେଚିଲେ ତଣ୍ଟି ଚିପି ମାରିଦେଲେ

ବାରିପଦା ୨୭-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ପାତ୍ରସାହି ଗ୍ରାମରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ। ଜମିବାଡି କଳହକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ଜଣେ ଯୁବକକୁ ପଥରରେ ଛେଚିବା ସହିତ ଗଳାଚିପି ହତ୍ୟା କରାଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ପାତ୍ରସାହି ଗ୍ରାମର ଜଗନ୍ନାଥ ଖଣ୍ଡୁଆଳ। ଗତକାଲି ସନ୍ଧ୍ୟାରେ ଜଗନ୍ନାଥ ଶୌଚ ନିମନ୍ତେ ଘର ନିକଟ ଜଙ୍ଗଲକୁ ଯାଇଥିଲେ। ସେଠାରେ ତାଙ୍କର ପଡୋଶୀଙ୍କ ସହିତ ବଚସା ହୋଇଥିଲା। ପରେ ଜଗନ୍ନାଥ ଜଙ୍ଗଲକୁ ଫେରି ନିଜ ଘର ଭିତରେ ପଶିବା ବେଳେ ୪ ଜଣ ପଡୋଶୀ ଘର ଭିତରେ ପଶି ଜଗନ୍ନାଥଙ୍କୁ ଅତି ବିଭତ୍ସ ଭାବରେ ପଥରରେ ଛେଚିବା ସହିତ ତାର ବେକକୁ ଏକ ଲୁଙ୍ଗିରେ ଚିପି ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ଜଗନ୍ନାଥଙ୍କର ଗୁପ୍ତାଙ୍ଗରେ ମଧ୍ୟ ମାଡ ମାରିଥିଲେ ପରେ ଜଗନ୍ନାଥଙ୍କୁ ହତ୍ୟା କରିବା ପରେ ୪ ଜଣ ଅଭିଯୁକ୍ତ ସେଠାରୁ ଖସି ଚାଲିଯାଇଥିବା ବେଳେ ଜଗନ୍ନାଥଙ୍କ ଝିଅ ଏହି ପୁରା ଘଟଣା ଦେଖିପାରି ପରିବାର ଲୋକଙ୍କୁ ଜଣାଇଥିଲା। ଆଜି ଏ ବାବଦରେ ଖବର ଜଣାପଡିବା ପରେ ଶରତ ପୋଲିସ୍‌ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହିତ ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏହା ସହିତ ଅଭିଯୁକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହତ୍ୟା କରିଥିବା ପୋଲିସ୍‌ କହିଛି। ଯାହାକୁ ନେଇ ପୋଲିସ୍‌ର କାର୍ଯ୍ୟକଳାପ ଉପରେ ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top