ଓଡ଼ିଶା

ବିଭତ୍ସ: ମହିଳାଙ୍କୁ ପଥରରେ ଛେଚି ହତ୍ୟା

ବାରିପଦା ୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ଥାନା ଅଧିନ ସୁନଗଡ଼ିଆ ଠାରେ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ ସଂଗୀତା ବୈଠା। ଏହି ହତ୍ୟା ଅଭିଯୋଗରେ ପୋଲିସ ସନ୍ଦେହ କରି ତାଙ୍କ ସ୍ଵାମୀ ଶକ୍ତିପଦ ବୈଠାଙ୍କୁ ଗିରଫ କରି ଅନୁସନ୍ଧାନ ଚଲାଇଛି। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟଣା ଘଟି ଥିବାର ପରମ୍ଭିକ ଅନୁସନ୍ଧାନରୁ ଜଣାପଡୁଛି। ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛି। ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ସମ୍ମୁଖକୁ ଆସିବ ବୋଲି ଏସ.ଡି.ପି ଓ ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top