ଜଗତସିଂହପୁର

ବିବେକା ନନ୍ଦ ହୋତା ହେଲେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି

ତିର୍ତ୍ତୋଲ ୧୦.୦୧(ଓଡ଼ିଆ ପୁଅ/ଟୁକନ ସେଠୀ) –ଜଗତସିଂହପୁର ସାଂସଦ ଡ଼ା. କୁଳମଣି ସାମଲ ଜଗତସିଂହପୁର ଜିଲ୍ଲାର ଡ଼ିଆରଡ଼ିଏ, ଜିଲ୍ଲାପରିଷଦ ଓ ଜିଲ୍ଲାସ୍ତରୀୟ ସମସ୍ତ ସଭାସମିତିରେ ତାଙ୍କର ପ୍ରତିନିଧିଭାବେ ତିର୍ତ୍ତୋଲ ଅଞ୍ଚଳର ଯୁସଂଗଠକ ବିବେକା ନନ୍ଦ ହୋତା(ବୁଟୁ)ଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ପାରାଦ୍ୱୀପ ବିଧାୟକ ଡ଼ା. ଦାମୋଦର ରାଉତଙ୍କ ଏକାନ୍ତ ଅନୁଗତ ଭାବେ ଶ୍ରୀଯୁକ୍ତ ହୋତାଙ୍କୁ ସମସ୍ତେ ଜାଣନ୍ତି। ଡ଼ା. ରାଉତଙ୍କର ମନ୍ତ୍ରୀମଣ୍ଡଳରୁ ବହିସ୍କୃତ ହେବାପରେ ସାମ୍ପ୍ରତିକ ଜିଲ୍ଲା ରାଜନିତିରେ ଡ଼ା. ରାଉତଙ୍କର ପ୍ରାସଙ୍ଗିକତା ଉପରେ ଦାମ ବିରୋଧି ପ୍ରଶ୍ନବାଚି ସୃଷ୍ଟି କରାଯାଇଥିଲା। କିନ୍ତୁ ଏହି ସମୟରେ ଜଗତସିଂହପୁର ସାଂସଦ ଡ଼ା. ସାମଲ ରାଉତଙ୍କର ଏକାନ୍ତ ଅନୁଗତ ଶ୍ରୀ ହୋତାଙ୍କୁ ଜିଲ୍ଲା ପ୍ରତିନିଧିଭାବେ ନିଯୁକ୍ତି ଦେଇ ସମସ୍ତ ଆକଳନକୁ ଭୂଲ ପ୍ରମାଣିତ କରିଛନ୍ତି। ଅନ୍ୟ ପକ୍ଷରେ ଶ୍ରୀ ରାଉତଙ୍କର ଶ୍ରୀ ସାମଲଙ୍କ ରାଜନୈତିକ ଗୁରୁ ଡ଼ା. ରାଉତଙ୍କୁ ରାଜନୈତିକ ସଙ୍କଟ ସମୟରେ ଏହା ଏକ ଗୁରୁ ଦକ୍ଷିଣା ବୋଲି ବିବେଚନା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top