ad
କେନ୍ଦୁଝର

ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ହାଟଡ଼ିହି, ୧୪/୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ସୋସୋ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସୋସୋ ଯଜ୍ଞ ପଡିଆଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଂଘର ଯୁବକ ଯୁବତୀମାନେ ପ୍ରଭାତଫେରୀ କରି ସୋସୋ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଆଖପାଖ ସ୍କୁଲର ଛାତ୍ରଛାତ୍ରୀଙ୍କ ନେଇ ଏକ ଅନ୍ତବିଦ୍ୟାଳୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାରେ ୩୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥୀ ଭାବେ ସ୍ୱାମୀ ଆତ୍ମାନନ୍ଦ ଜୀ ମହାରାଜ, ସ୍ୱତନ୍ତ୍ର ଅତିଥି ଭାବେ ଆନନ୍ଦପୁର ବିଧାୟକ ମାୟାଧର ଜେନା, ମୁଖ୍ୟବକ୍ତା ଭାବେ ଫକିର ଚରଣ ଶଙ୍ଖୁଆ, ସମ୍ମାନୀତ ଅତିଥି ଭାବେ ଶକ୍ତି ଚରଣ ମିଶ୍ର, ବିକ୍ରମ କେଶରୀ ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ, ପ୍ରଫୁଲ କୁମାର ଜେନା, ଫକିର ଚରଣ ବାରିକ, ଶଙ୍ଖାଳି ଚରଣ ରାଉଳ ପ୍ରମୁଖ ଯୋଗଦେଇ ଜାତୀୟ ଯୁବ ଦିବସରେ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଯୁବକମାନେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ। ବିବେକାନନ୍ଦ ଯୁବକ ସଂଘର ସଭାପତି ଶ୍ରୀମନ୍ତ ରାଉତ, ଉପସଭାପତି ବିମଳ କୁମାର ଦୋରା, ସମ୍ପାଦକ ରାଜେଶ ରାଉତ, କୋଷାଧ୍ୟକ୍ଷ ଅଜୟ କୁମାର ଭୁତିଆ, ଉପଦ୍ଦେଷ୍ଟା ଶରତ କୁମାର ରାଉତ, ରାଜେନ୍ଦ୍ର ଦାସ, ଜୁନା ଖାନ, ସଦସ୍ୟ ମାତୃପ୍ରସାଦ ପଣ୍ଡିତ, ରଞ୍ଜନ କୁମାର ରଣା, ଅନିଲ କୁମାର ରାଉତ, ଚନ୍ଦନ କୁମାର ନାୟକ, ହିମାଶୁଂ ନାୟକ, ରମେଶ ଦେହୁରୀଙ୍କ ସମେତ ସମସ୍ତ ସଦସ୍ୟମାନେ କାର୍ଯ୍ରକ୍ରମ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top