କେନ୍ଦୁଝର

ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆସ୍ପାୟାର ପକ୍ଷରୁ ଯୁବ କର୍ମଶାଳା

ହରିଚନ୍ଦନପୁର, ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ଯୁବ କର୍ମଶାଳା ଦିବସ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସଭା ଗୃହରେ ଠାରେ ଅନୁଷ୍ଟିତ ହୋଇଯାଇଛି। ହରିଚନ୍ଦନପୁର ବ୍ଲକର ଯୁବକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତିର ଅଧକ୍ଷ ସୁରେଶ କୁମାର ଦେହୁରୀଙ୍କ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସ୍ୱର୍ଣ୍ଣଲତା ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ କର୍ମଶାଳାର ବିଜୟ କୁମାର ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଏଥିରେ ଫକିର ଚରଣଙ୍କ ଦ୍ୱାରା ଶିଶୁ ସୁରକ୍ଷା ଅଧିକାର ନିଗମାନନ୍ଦ ଦାସଙ୍କ ଶିଶୁ ମୁକ୍ତ ଅଞ୍ଚଳ କିପରି ଗଠିତ ହୋଇପାରିବ ଓ ଦୁଷ୍ମନ୍ତ ସାହୁଙ୍କ ଦ୍ୱାରା ଶିକ୍ଷା ସାଧନ କେନ୍ଦ୍ର, ବିଜୟ କୁମାର ସାହୁ ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ ଦିଗରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ହରିଚନ୍ଦନପୁର ବ୍ଲକରେ ଶିକ୍ଷା ସଂସାଧନ କେନ୍ଦ୍ର ଯାଉଁଳୀପୋଖରୀ ଠାରେ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି।ଏଥିରେ ଶିଶୁମାନଙ୍କୁ କମ୍ପୁଟର ଶିକ୍ଷା ଓ ଇଣ୍ଟରନେଟ ମାଧ୍ୟମରେ ନିଜର ପାଠ୍ୟର ସମାଧାନ କରିପାରିବେ।ଏଥିରେ ଆସ୍ପାୟାରର କ୍ଷୀରମଣୀ ସେଠୀ, ବାସନ୍ତୀ ମହାନ୍ତ, ତେଜସ୍ୱିନୀ ପାତ୍ର, ଚିନ୍ମୟ ବେଜ, ପ୍ରସନ୍ନ ବେହେରା, ସୁବ୍ରତ ସେଠୀ, ନାରାୟଣ ମହାନ୍ତ, ସୁରେନ୍ଦ୍ର ମହାରଣା, ଭରତ ମହାକୁଡ, ଅନସୂୟା ମହାନ୍ତ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top