ଖୋର୍ଦ୍ଧା

ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଖୋର୍ଦ୍ଧା ୧୪-୧(ଓଡ଼ିଆ ପୁଅ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ନଗର ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଯୁବମାନସର ପ୍ରତୀକ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ୟୁନିଟ୍ ସଭାପତି ଗୋପବନ୍ଧୁ ଜେନାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ସୈାଦାମିନୀ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏହା ପରେ ଅଧ୍ୟପକ ଓ ଅଧ୍ୟାପିକା ମାନେ ସ୍ୱାମୀଜିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ହଳଦିଆ ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ସଂପାଦକ ଅମିତ୍ କୁମାର ବାରିକଙ୍କ ନେତୃତ୍ୱରେ ସ୍ୱାମୀଜିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସ୍ୱାମୀଜିଙ୍କ ଜୀବନାର୍ଦଶ ଉପରେ ଆଲୋଚନା କରିଥିଲେ। ଆଜିର ଯୁବମାନସକୁ ସ୍ୱାମିଜୀଙ୍କ ଆର୍ଦଶରେ ଅନୁପ୍ରାଣିତ ହେବା ପାଇଁ ଅପରାହ୍ନରେ ଏକ ଶୋଭାଯାତ୍ରା ନଗର ସଂପାଦକ ରାକେଶ କୁମାର ବାରିକଙ୍କ ନେତୃତ୍ୱରେ ସହର ପରିକ୍ରମା କରି ଗୀତା ଭବନ ପଡିଆରେ ପହଂଚିଥିଲା ଏହି କାର୍ଯ୍ୟକ୍ରମକୁ ସହେଯାଗ କରିଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ୍ କୁମାର ସ୍ୱାଇଁ, ମାନସ ରଞ୍ଜନ ସ୍ୱାଇଁ, ଶୁଭମ୍ ମହାନ୍ତି, କଳ୍ପତରୁ ଦାଶ, ହେମନ୍ତ କୁମାର ପଣ୍ଡା, ଏସ୍.କେ.ସଲ୍ମନ୍, ରଫାକତ୍ ଖାନ୍, ଅମିତ୍ କୁମାର ବାରିକ୍, ମନୋଜ ପ୍ରଧାନ, ରୋଜି ସେଠୀ, ଅହଲ୍ୟା ଶ୍ରୀଚନ୍ଦନ, ଅନନ୍ୟା ପ୍ରିୟ ଦର୍ଶିନୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top