ବିବାହ ପ୍ରଲୋଭନ ଦେଖାଇ ଯୁବତୀ ଚାଲାଣ, ଦଲାଲ ଗିରଫ

ଯୋଡା- ତା ୨୨/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୱେଷ୍ଟ ବେଙ୍ଗଲସ୍ଥିତ ବେଲଦା ଥାନା ପୁଲିସ ଆଜି କେନ୍ଦୁଝର ଜିଲ୍ଲା ଯୋଡା ଠାରୁ ଜଣେ ଯୁବତୀ ଚାଲାଣ କରୁଥିବା ଦଲାଲକୁ ଗିରଫ କରିଥିବା ଜଣାପଡିଛି। ଏହି ଦଲଲା ଜଣଙ୍କର ନାମ ୟୁସୁଫ ସେକ୍। ୟୁସୁଫ ଯୋଡାସ୍ଥିତ ହୁଡିସାହିରେ ଭଡା ଘରେ ରହି ବିଭିନ୍ନ ସ୍ଥାନରେ କାଠ କାମ କରି ଜୀବିକା ନିର୍ବାହ କରିଥାଏ। ୟୁସୁଫର ଘର ୱେଷ୍ଟ ବେଙ୍ଗଲସ୍ଥିତ ମୁର୍ସିଦାବାଦ ଠାରେ। ସେ ମୁର୍ସିଦାବାଦରୁ ଅଳ୍ପ ବୟସ୍କା ଯୁବତୀମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ଆଣି ରାଜ୍ୟ ବାହାରକୁ ଚାଲାଣ କରୁଥିବା ୱେଷ୍ଟ ବେଙ୍ଗଲ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ୟୁସୁଫ ଜଣେ ବିବାହିତ ପୁରୁଷ, ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ସେ ୭ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରିଥିବା ତାଙ୍କର ସ୍ତ୍ରୀ ପୁଲିସରେ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୟୁସୁଫଙ୍କୁ ଜଣେ ୧୪ ବର୍ଷର ଯୁବତୀ ସହିତ ସନ୍ଦେହ ଜନକ ଭାବେ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ଯୋଡା ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ଯୁବତୀକୁ ପଚରା ଉଚରା କରିବା ପରେ ତାର ଘର ନିର୍ଜାପୁର ବୋଲି ଜଣାପଡିଥିଲା। ଏହି ଘଟଣା ବେଲଡା ଥାନାକୁ ଜଣାଇବା ପରେ ଥାନା ଅଧିକାରୀ ରତନ ମଣ୍ଡଲଙ୍କ ନେତୃତ୍ୱରେ ଜଣେ ମହିଳା କନେଷ୍ଟବଳ ଏବଂ ୨ ଜଣ ଅଧିକାରୀ ଏବଂ ୟୁସୁଫଙ୍କ ସ୍ତ୍ରୀ ସହିତ ଆସି ଯୋଡା ଥାନା ସହାୟତାରେ ଯୁବତୀ ଜଣଙ୍କୁ ଉଦ୍ଧାର କରିବା ସହିତ ଦଲାଲକୁ ଗିରଫ କରିଥିଲେ। ପୁଲିସର ପ୍ରାଥମିକ ତଦନ୍ତରୁ ଏକ ବଡ ଧରଣର ଆନ୍ତଃରାଜ୍ୟ ଯୁବତୀ ଚାଲାଣ ର୍ୟାକେଟ କାର୍ଯ୍ୟ କରୁଥିବା ଜଣାପଡିଥିଲା। ତେବେ ଏହି ର୍ୟାକେଟର କିଙ୍ଗପିନ ନିକଟରେ ପୁଲିସ ପହଞ୍ଚିପାରୁଛି କି ନାହିଁ ତାହା ଦେଖିବାକୁ ରହିଲା।

Leave a Reply

Your email address will not be published. Required fields are marked *