ଓଡ଼ିଶା

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ଯୁବକକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଟଙ୍କା ଜରିମାନା

ମାଲକାନଗିରି, ୧୬ା୭ (ଓଡିଆ ପୁଅ ) ବିବାହ ହେବାର ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ନାବାଳିକା ସହିତ ଶାରିରୀକ ସଂପର୍କ ରଖି ପ୍ରତାରଣା କରିବା ଅଭି ଯୋଗରେ ଆଜି ମାଲକାନଗିରି ଏଡିଜେ କୋର୍ଟ ପକ୍ଷରୁ ଅଭିଯୁକ୍ତ ଯୁବକକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଅଦାଲତ ରାୟ ଅନୁଯାଇ ଗତ ୨୦୧୬ ମସିହାରେ ମାଲକାନଗିରି ଥାନାସ୍ଥ କୋରକୁଣ୍ଡା ହରିଜନ ସାହିର ମନୋଜ ହିଆଲା(୨୫) ନାମକ ଯୁବକ ସେହି ଗ୍ରାମର ଜଣେ ୧୪ବର୍ଷର ନାବାଳିକାକୁ ଏକୁଟିଆ ଘରେ ଥିବାର ଦେଖି ତା’ସହିତ ଅସଦାଚାରଣ କରିଥିଲେ। ନାବାଳିକା ପ୍ରତିବାଦ କରିବାରୁ ତାକୁ ବିବାହ ହେବାର ମିଥ୍ୟା ପ୍ରଲୋଭନ ଦେଖାଇ ଘରୁ ଅପହରଣ କରିନେଇ ତା ସହ ବାରମ୍ବାର ଶାରିରୀକ ସଂପର୍କ ରଖି ଗର୍ଭବତୀ କରିଥିଲେ। ନାବାଳିକାର ପରିବା ଲୋକେ ମାଲକାନଗିରି ଥାନାରେ ଏ ସଂପର୍କରେ ଏତଲାଦେବା ପରେ ମାଲକାନଗିରି ଥାନା କେସ ନମ୍ବର ୧୬୨/୨୦୧୬ ଭାରତୀୟ ପିଙ୍ଗଳ କୋର୍ଡ ୩୬୩/୩୭୬/(୨)୫୦୬ ଦଫା ଓ ପୋକ୍ସ ଆଇନ ଅନୁଯାଇ କେସ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରଥିଲେ। ନାବାଳିକାକୁ ଉଦ୍ଧାର ସହ ସେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ସେହି କେସର ଶୁଣାଳି ମାଲକାନଗରି ଅତିରିକ୍ତ ଜିଲ୍ଲା ଜଜ ଅଦାଲତରେ ହୋଇଥିଲା। ପୁଲିସ ର ତଦନ୍ତ ଓ ସମସ୍ତ ସାକ୍ଷିଙ୍କ ବୟାନ ଅନୁଯାଇ ଏଡିଜେ ଶ୍ରୀମତୀ ପ୍ରଜ୍ଞାନଳିନୀ ମିଶ୍ର ଏହି ମକୋଦମରା ବିଚାରକରି ଅଭିଯୁକ୍ତ ମନୋଜ ହିଆଲାଙ୍କୁ ନାବାଳିକା ଅପହରଣ, ବିବାହର ମିଥ୍ୟା ପ୍ରଲୋଭନ, ଶାରିରୀକ ସଂପର୍କ ରଖି ଗର୍ଭବତୀ କରିବା ଓ ପୋକ୍ସ ଆଇନ ଅନୁଯାଇ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି କେସଟିକୁ ସରକାରି ଓକିଲ ଲମ୍ବୋଧର ତୁର୍କୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top