ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ : ଯୁବକ ଗିରଫ

ପୁରୁଷୋତ୍ତମପୁର, ୭/୬ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଓ ପ୍ରତାରଣା ମାମଲାରେ ପୁଲିସ ସନିଆ ବେହେରା ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ୬ ମାସ ହେଲା ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଦୁଇ ମାସର ଗର୍ଭବତୀ ବୋଲି ଜାଣିବା ପରେ ସନିଆ ବିବାହ କରିବା ପାଇଁ ମନା କରି ଦେଇଥିଲା। ଏ ନେଇ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ। ଥାନା କେଶ ନମ୍ବର ୧୨୫, IPC ୨୧୨, ୪୧୭, ୪୯୩, ୫୦୬ ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *