ବିବାଦୀୟ କୋଟିଆ ଅଂଚଳ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ ; ତା୦୮-୦୪-୧୮(ଓଡିଆ ପୁଅ / ରଂଜନ କୁମାର ଦାସ)ଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ବିାବାଦୀୟ କୋଟିଆ ଅଂଚଳ ଗସ୍ତ କରି ଲୋକମାନଙ୍କ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ବେଳେ କୋଟିଆରୁ ଫେରିବା ସମୟରେ କୁନ୍ଦୁଲି ପିଡିତାର ଗ୍ରାମ ମୁଷାଗୁଡା ଯାଇ ପରିବାରବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।ବିବାଦୀୟ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ଅନୁପ୍ରବେଶ କରି ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା ପରେ ଓଡିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି କୋଟିଆ ଓ ତଳଗେଞଇପଦର ଗ୍ରାମ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ କୋଟିଆର ବିକାଶ ନିମନ୍ତେ କାର୍ଯ୍ୟଖସଡା ପ୍ରସ୍ତୁତ କରି ପ୍ରଦାନ କରିଥିଲେ।ରାଜ୍ୟ ସରକାର କୋଟିଆର ବିକାଶ ନିମନ୍ତେ ୧୫୦ କୋଟି ଟଙ୍କା ମଞୁରୀ କରିଥିବା ଜଣାପଡିଛି।୨୮ ଟି ଗ୍ରାମପୁଞ ମଧ୍ୟରୁ ୨୧ ଟି ଗ୍ରାମପୁଞ ବିବାଦୀୟ ହୋଇ ରହିଥିବା ବେଳେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିବା ଚିନ୍ତାର କାରଣ ହୋଇପଡିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କୋଟିଆ ଗସ୍ତ କରି ବାସିନ୍ଦାମାନଙ୍କ ନିମନ୍ତେ କଣ ପ୍ରତିଶୃତି ଦେବେ ତାହା ଆଲୋଚ୍ୟର ବିଷୟ ହୋଇପଡିଛି। ଆନ୍ଧ୍ରସରକାରଙ୍କୁ ଅନୁପ୍ରବେଶ ନ କରିବାକୁ କଣ ମନ୍ତ୍ରୀ ପରାମର୍ଶ ଦେଇପାରିବେ କି ! ଯଦି ପରାମର୍ଶ ଦେବେ ତାହା ଆନ୍ଧ୍ର ସରକାର ମାନିନେବେ କି ! ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଥିବା ବେଳେ ତେଲୁଗୁ ଦେଶମ ପାର୍ଟି ସହ ବିଜେପିର ଭଲ ସଂପର୍କ ନାହିଁ ତେଣୁ ଏହା ଏକ ରାଜନୈତିକ ଗସ୍ତ ବୋଲି ବିରୋଧି ଶିବିରରେ ଆଲୋଚନା କରାଯାଉଛି।ଅନେକଦିନ ହେଲାଣି କୋଟିଆରେ ଆନ୍ଧ୍ର ଅଧିକାରୀମାନେ ପ୍ରବେଶ କଲେ କିନ୍ତୁ ସେତେବେଳେ ମନ୍ତ୍ରୀ କାହିଁକି ଆସିଲେ ନାହିଁ ଏବେ ଆସିବାର ଉଦ୍ଦେଶ୍ୟ କଣ ବୋଲି ବିରୋଦୀଦଳର ସାଧାରନକର୍ମିମାନଙ୍କ ଆଲୋଚ୍ୟର ବିଷୟ ହୋଇପଡିଛି।ପୂର୍ବତନ ସାସଂଦ ତଥା ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ପଟ୍ଟାଙ୍ଗୀର ଅନେକବାର ବିଧାୟକ ରହିବା ସହ ରାଜ୍ୟର ମନ୍ତ୍ରୀ ମଧ୍ୟ ହୋଇଥିଲେ।ସେତେବେଳେ କୋଟିଆର ଉନ୍ନତି ପାଇଁ କଣ କଣ ଚେଷ୍ଟା କରୁଥିଲେ ଓ ଏବେ ବିଜେପିରେ ଥାଇ ଜଣେ ମନ୍ତ୍ରୀଙ୍କୁ କୋଟିଆ ଆଣିବାର ଉଦ୍ଦେଶ୍ୟ କଣ ବୋଲି ବିରୋଧିମାନେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *