କୋରାପୁଟ

ବିବାଦୀୟ କୋଟିଆରେ ଆନ୍ଧ୍ର ପୋଲିସର ଜନ ସମ୍ପର୍କ ଶିବିର

କୋରାପୁଟ ; ତା୨୮-୦୩-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଂଚାୟତର ନେରେଡିୱାଲାଶା ଗ୍ରାମରେ ଆନ୍ଦ୍ର ପ୍ରଦେଶ ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଛି । ବିଜୟନଗରମ ଜିଲା ଅତିରିକ୍ତ ଏସପି ଦୀପକ ପଟ୍ଟେଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ମଙ୍ଗଳବାର ପୂର୍ବାହ୍ନ୍ନରେ ନେରେଡିୱାଲାସାରେ ପହଂଚି ଜନ ସମ୍ପର୍କ ଶିବିର ଏବଂ ମେଗାସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବା ଜଣାପଡିଛି । ଉକ୍ତ ଶିବିରରେ ତଳଗଂଜେଇପଦର,କୋଟିଆ,ମାଡକାର,ଫଗୁଣସିନେରୀ,ଫାଟୁସୀନେରୀ ଓ ଅନ୍ୟାନ୍ୟ ଗ୍ରାମର ଦୁଇହଜାରରୁ ଉଦ୍ଧ୍ୱର୍ ମହିଳା ପୁରୁଷ,ଯୁବକ ଯୋଗ ଦେଇଥିଲେ । ଜନ ସମ୍ପର୍କ ଶିବିରରେ ଆନ୍ଦ୍ର ପୋଲିସ ଭଲିବଲ ସ୍ଥାନୀୟ ଯବକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରି ୧୫ଟି ଦଳକୁ ବଲ ଓ ନେଟ ପ୍ରଦାନ କରିଥିବାବେଳେ ୨୦୦ ମହିଳାଙ୍କୁ ଶାଢି ଓ ୧୫୦ଟି କମ୍ବଳ ବାଂଟିଥିବା ଜଣା ପଡିଛି । ସେହିପରି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଗୁରୁତର ଅସ୍ତ୍ରପଚାର ନିମନ୍ତେ ୪୧ଜଣ ରୋଗୀଙ୍କୁ ଚିହ୍ନଟ କରା ଯାଇଥିବାବେଳେ ୨୦୭ଜଣଙ୍କ ଆକ୍ଷି ଅପରେସନ,୭୨୩ ଲୋକଙ୍କ ସାଧାରଣ ଅସ୍ତ୍ରପୋଚାର କରାଇବାକୁ ପଦକ୍ଷେପ ନିଆ ଯାଇଥିବା ଜଣା ପଡିଛି । ଏହା ବ୍ୟତୀତ ସମସ୍ତ ରୋଗୀଙ୍କ ନିମନ୍ତେ ଆନ୍ଧ୍ରସରକାର ମାଗଣା ରହିବା ଓ ଯାତାୟତ ବ୍ୟବସ୍ଥା କରିବାକୁ ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ଶିବିରରେ ବିପୁଳ ପରମାଣର ଔଷଧ,ଟନିକ ବଂଟା ଯାଇଥିବାବେଳେ ୧୫୦୦ ଲୋକଙ୍କ ନିମନ୍ତେ ଖାଇବା ବ୍ୟବସ୍ଥା ମଧୟ କରା ଯାଇଥିବା ଜଣା ପଡିଛି । ତେବେ କୋଟିଆ ପଂଚାୟତର ୨୧ଟି ଗ୍ରାମକୁ ନେଇ ଓଡିଶା-ଆନ୍ଧ୍ର୍ର ପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଚଳିତ ମାସ ୨୧ତାରିଖରେ କୋରାପୁଟ ଜିଲା ପ୍ରଶାସନ କୋଟିଆରେ ସାପ୍ତାହିକି ହାଟ ଶୁଭାରମ୍ଭ କରିବା ପରେ ଆନ୍ଧ୍ର ପ୍ରଶାସନ ପୁଣି ଆଜି ଅନୁପ୍ରବେଶ କରି ନିଜ ଆଧିପତ୍ୟ ଦେଖାଇବାକୁ ଅପଚେଷ୍ଟା କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top