ଜିଲ୍ଲା ପରିକ୍ରମା

ବିଫଳ ରାସ୍ତାରେ ପ୍ରାଥମିକ ଶିକ୍ଷା ଖୋଲା ମେଲା ଅବସ୍ଥାରେ ପଡୁଛି ପ୍ରଶ୍ନପତ୍ର

ଭଦ୍ରକ, ୧୫ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାରା ବର୍ଷକର ପାଠପଢା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ବାର୍ଷିକ ପରୀକ୍ଷାକୁ ଅପେକ୍ଷା କରିଥାନ୍ତି । ବାର୍ଷିକ ପରୀକ୍ଷା ଆସୁଛି ବୋଲି ଛାତ୍ରଛାତ୍ରୀ ଶେଷ ମୁହୂର୍ତ୍ତରେ ବାଜି ଲଗାଇ ପାଠ ପଢନ୍ତି । କିନ୍ତୁ ଖୋଦ୍ ଶିକ୍ଷା ବିଭାଗ ଏହି ବାଜି ଲଗାଇବା ପାଠ ପଢା ପ୍ରସଙ୍ଗକୁ ବାଟବଣା କରିଦେଉଛି । ଆଗରୁ ପ୍ରଥମରୁ ଏକାଦଶ, ପରେ ଏହା ଦଶମ ଶ୍ରେଣୀକୁ ମାଟି୍ରକ ପରୀକ୍ଷା ଆସିଲା । ପରେ ପରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ମଧ୍ୟରେ ତୃତୀୟ, ପଞ୍ଚମ ଓ ସପ୍ତମରେ ସ୍କଲାରସିପ୍ ପରୀକ୍ଷା କରାଯାଇ ପିଲାଙ୍କୁ ଆହୁରି ସତର୍କତା ଅବଲମ୍ବନ କରାଇବାକୁ ଚାପ ସୃଷ୍ଟି କରାଗଲା । ପ୍ରଥମିକ ଶିକ୍ଷାକୁ ପୁରା ହାଲକା କରି ଦିଆଗଲା । ପରେ ୨୦୧୫ ଓ ୨୦୧୬ ବର୍ଷରେ କଟକଣା ଲାଗୁ କରାଗଲା । ଏହି ବାର୍ଷିକ ପରୀକ୍ଷା ନାଁ ରେ ଏକ ପ୍ରହସନ ଚାଲିଛି । ସରକାରୀ ଅର୍ଥକୁ ତୋଷରପାତ କରି କଟକ ଓ ଭୁବନେଶ୍ୱରରେ କେତେକ ପ୍ରେସ୍କୁ ଦିଆଯାଉଛି ପ୍ରଶ୍ନପତ୍ର ଛପେଇବା ପାଇଁ । ଏହି ପ୍ରଶ୍ନପତ୍ର ବସ୍ତାରେ ଆସୁଛି ଭଦ୍ରକ ଜିଲାକୁ । ଖବର କାଗଜରେ ବିଜ୍ଞାପନ ଦେଲାବେଳେ ଦୋକାନୀମାନେ ଲିଫ୍ଲେଯ୍ ଜରିଆରେ ଯେଉଁ ବିଜ୍ଞାପନ କାଗଜରେ ପୁରାଇ ପ୍ରଚାର କରନ୍ତି, ସେହିଭଳି କଟକରୁ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ବସ୍ତାରେ ଆସୁଛି । ଶିକ୍ଷକ ସଂଘ ଜରିଆରେ ସିଆରସିସିମାନଙ୍କ ହାତରେ ବିଭିନ୍ନ କ୍ଲଷ୍ଟରର ନୋଡାଲ ବିଦ୍ୟାଳୟକୁ ବସ୍ତାରେ ଆସୁଥିବା ଏହି ପ୍ରଶ୍ନପତ୍ର ପଠାଯାଉଛି । ପ୍ରଧାନ ଶିକ୍ଷକ ପରୀକ୍ଷା ହେବାର ଦୁଇଦିନ ପୂର୍ବରୁ ଖୋଲା ମେଲା ଭାବରେ ବସ୍ତାରୁ ଏହି ପ୍ରଶ୍ନପତ୍ରକୁ କାଢି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ ଗଣୁଛନ୍ତି । ତାଙ୍କ ସ୍କୁଲକୁ କେତୋଟି ପ୍ରଶ୍ନପତ୍ର ମିଳିଛି । ଚଳିତବର୍ଷ ମାଟି୍ରକ ପରୀକ୍ଷାରେ ମୋବାଇଲ୍ ଯୋଗେ ପ୍ରଶ୍ନପତ୍ର ଭାଇରାଲ ହେଲା ଭଳି ଏହି ପ୍ରାଥମିକ ଶିକ୍ଷାର ପ୍ରଶ୍ନପତ୍ର ଆଉ ମୋବାଇଲ୍ରେ ଭାଇରାଲ୍ରେ ଆବଶ୍ୟକତା ପଡୁନାହିଁ । ସ୍କୁଲର ଶିକ୍ଷକ ଯେଉଁମାନେ ଟୁ୍ୟସନ କରାଉଛନ୍ତି, ସେମାନେ ପ୍ରତି ବିଷୟରେ ଗୋଟିଏ ଲେଖାଏଁ ପ୍ରଶ୍ନପତ୍ର ନିଜ ବିଦ୍ୟାଳୟରୁ ସଂଗ୍ରହ କରି ଦୁଇଦିନ ଆଗରୁ ନିଜ ଟୁ୍ୟସନ ଛୁଆଙ୍କୁ ଏହି ପ୍ରଶ୍ନପତ୍ରର ଏହି ଉତ୍ତର ବୋଲି ଶିଖାଇ ଦେଉଛନ୍ତି । ନାମକୁ ମାତ୍ର ପ୍ରାଥମିକ ଶିକ୍ଷାର ବାର୍ଷିକ ପରୀକ୍ଷା ଶିକ୍ଷାବିଭାଗ କରୁଛି । ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହସିବଲରୁ ଅଯଥାରେ ଖର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top