ଓଡ଼ିଶା

ବିପ୍ଲବୀ ବିଶ୍ୱ କେଶରୀ ମହାନ୍ତି ସମ୍ବର୍ଦ୍ଧିତ

ଭୁବନେଶ୍ୱର ୨୪-୩ (ଓଡ଼ିଆ ପୁଅ) କ୍ୟାପଟେନ ବିପ୍ଲବୀ ବିଶ୍ୱ କେଶରୀ ମହାନ୍ତି ଜଣେ ଓଡ଼ିଆ ଯୁବ ଡାକ୍ତର ଯିଏ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ। ଚଳିତ ବର୍ଷ ସେନା ଦିବସ ଉପଲକ୍ଷେ ତାଙ୍କୁ ସମ୍ମାନଜନକ ଜେନେରାଲ ଅଫିସର କମାଣ୍ଡିଙ୍ଗ ଇଂ ଚିଫ ( ଉତ୍ତର ଭାରତ ) ଲେଉଟନାଣ୍ଟ ଜେନେରାଲ ଦି.ଅନବୁଙ୍କ ତରଫରୁ ପଦକ ପାଇ ପୁରା ଓଡିଶାକୁ ସମ୍ମାନିତ କରିଛନ୍ତି।

କ୍ୟାପଟେନ ବିପ୍ଳବ ଚୀନ ଏବଂ ପାକିସ୍ତାନ ବୋଡ଼ର୍ର ନିକଟରେ କାର୍ଯ୍ୟରତ। ମାର୍ଚ୍ଚ ୨୦୧୭ ବର୍ଷ ଜଣେ କାର୍ଯ୍ୟରତ ସେନା ହୃଦଘାତ ରେ ପୀଡିତ ଥିଲେ, ପ୍ରବଳ ବରଫ ପାତ ଯୋଗୁ ତାଙ୍କୁ ହସ୍ପିଟାଲ ନେବା ଅସମ୍ବବ ଥିଲା କିନ୍ତୁ କ୍ୟାପଟେନ ବିପ୍ଳବ ସଠିକ ସମୟରେ ପହଂଚି ତାଙ୍କୁ ଔଷଧ ଦେଇଥିଲେ ଏବଂ ଆମ୍ବୁଲାନ୍ସ ରେ ନିଜେ ହସ୍ପିଟାଲ ପର୍ଯ୍ୟନ୍ତ ସେନା ଜଣଙ୍କୁ ଚିକିତ୍ୟା କରିଥିଲେ ଯାହା ଫଳରେ ସୈନିକଙ୍କ ଜୀବନ ବଞ୍ଚାଯାଇପାରିଲା। ଏହି ସାହସିକ କାର୍ଯ୍ୟ ପାଇଁ ତାଙ୍କୁ ବହୁ ଉଚ୍ଚ ପଦାଧିକାରୀ ଅଫିସରଙ୍କ ତରଫରୁ ପ୍ରଶଂସା ମିଳିଥିଲା।

ଏହି ବର୍ଷ ମିଳିଥିବା ଏହି ସମ୍ମାନଜନକ ପଦକ ପାଇବାରେରେ ସେ ଏକମାତ୍ର ଓଡ଼ିଆ ଏବଂ ସର୍ବ କନିଷ୍ଠ ଡାକ୍ତର।

କ୍ୟାପଟେନ ବିପ୍ଳବ ଜଗତସିଂପୁର ଜିଲ୍ଲା ଅରଖପାରି ଗ୍ରାମର ଲିଙ୍ଗରାଜ ମହାନ୍ତି ଏବଂ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ଏକ ମାତ୍ର ପୁତ୍ର।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top