ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେନ୍ଦ୍ରାପଡା ୩/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକାଏନ୍ଦା ଗ୍ରାମର ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ବସୁଦେବ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି, କିଶୋର ନ୍ୟାୟ ପରିଷଦର ସଦସ୍ୟ ଅଧ୍ୟାପକ ବିପିନ ବିହାରି ବାରିକ ମୁଖ୍ୟବକ୍ତା, ଚଳଚିତ୍ର ଅଭିନେତା ସବ୍ୟସାଚି ମିଶ୍ର ବିଶିଷ୍ଟ ଅତିଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁ, ବରିଷ୍ଠ ଆଇନଜିବୀ ପ୍ରଦିପ କୁମାର ଦାଶ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଚଳଚିତ୍ର ଜଗତର ସଙ୍ଗୀତକାର ବସନ୍ତ ନାୟକ, ରାଜକନିକା ଥାନା ଅଧିକାରୀଣୀ ସନ୍ଧ୍ୟାରାଣୀ ବେହୁରା, ବିଦ୍ୟାଧର ବେହେରା, ସାମ୍ବାଦିକ ଶୁଭ୍ରାଂଶୁ ସୂତାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଯୁବକମାନଙ୍କ ଭିତରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଯିବା ସହିତ କୃତି କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରାଯାଇ ପାରୁଛି। ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୧୯୫ ରନ କରି ଚମ୍ପିୟନ ହୋଇଥିବା ଚାନ୍ଦବାଲି କ୍ରିକେଟ କ୍ଲବକୁ ଅତିଥିମାନେ ଚମ୍ପିୟନ ଟ୍ରଫି ଓ ୯ ୱିକେଟ ବିନିମୟରେ ୧୮୫ ରନ କରି ରନର୍ସଅପ ହୋଇଥିବା ଡିଳିକାଏନ୍ଦାର ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ କ୍ଲବକୁ ରନର୍ସଅପ କପ ପ୍ରଦାନ କରିଥିଲେ। ଏହି ଅବସରରେ ଯତୀନ୍ଦ୍ର ରାଉତ, କାମିନୀକାନ୍ତ ବେହେରା, ଧରଣୀଧର ବେହେରା, ସନ୍ଦିପ ବିଶ୍ୱାଳ, ବିକ୍ରମ ବେହେରାଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବକ ସଙ୍ଘର ସଭାପତି ପ୍ରମୋଦ ରାଉତ, ଉପସଭାପତି ପ୍ରଶାନ୍ତ ମହଲା, ସମ୍ପାଦକ ସରୋଜ ବେହେରା, ମ୍ୟାନେଜର ଅନୀଲ ଗୁରୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅମ୍ପେୟାର ନିଗମାନନ୍ଦ ବେହେରା ଓ ପ୍ରକାଶ ସାହୁ ମ୍ୟାଚ ପରିଚାଳନା କରିଥିବା ବେଳେ କୈଳାସ ଚନ୍ଦ୍ର ସେଠି କ୍ରିକେଟ ମ୍ୟାଚର ଧାରା ବୀବରଣି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *