ଜିଲ୍ଲା ପରିକ୍ରମା

ବିପ୍ରକବି ବଂଶୀବଲ୍ଲଭ ଗୋସ୍ୱାମୀ ଜୟନ୍ତୀ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡିଶାର ଐତିହାସିକ ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ଭଦ୍ରକର ବିପ୍ରକବି ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଜୟନ୍ତୀ ବଂଶୀବଲ୍ଲଭ ଗିରିଧାରୀ ନାଟ୍ୟ ସଂସଦ ପୁରୁଣା ବଜାର ଓ ସାଧନା କଳା ବିକାଶ କେନ୍ଦ୍ର ମାର୍କୋଣା ସହେଯାଗରେ ସଦାବ୍ରତ ମଠ ପରିସରରେ ପାଳନ କରାଯାଇଥିଲା। ଏହି ସଭାରେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର +୩ ବିଭାଗର ଅଧ୍ୟକ୍ଷ ଡ. କୃପାସିଂଧୁ ନାୟକ ସଭାପତିତ୍ୱ କରିଥିଲେ। +୩ ପ୍ରଥମବର୍ଷର ଛାତ୍ରୀ କୁମାରୀ ମିତାଲୀ ଜେନା ସ୍ୱାଗତ ସଂଗୀତ ଗାନ କରିଥିଲେ। ମୁଖ୍ୟବକ୍ତା ଭାବରେ ତାମସା ସାହିତ୍ୟର ଗବେଷକ ଡ.ବାଇଧର ସାହୁ ବଂଶୀବଲ୍ଲଭଙ୍କ ସମସ୍ତ ତାମ୍ସା ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରମୋଦ କୁମାର ନାୟକ ଡ. ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ଶୁକଦେବ ପଣ୍ଡା, ମୋଗଲ ତାମସାର କଳାକାର ସିଦ୍ଦେଶ୍ୱର ସାହୁ, ସଂପାଦକ ବିଭୁତି ଭୁଷଣ ସାହୁ, ପଦ୍ମଲୋଚନ ମହାରଣା, ନରେନ୍ଦ୍ର ପ୍ରସାଦ ପରିଡା, ନିର୍ମଳ ଚନ୍ଦ୍ର ପରିଡା, ବୃନ୍ଦାବନ ସାହୁ, ସୁକାନ୍ତ ପରିଡା, ପ୍ରମୁଖ ତାଙ୍କ ଜୀବନ କୃତିସମ୍ପର୍କରେ ଆଲୋକ ପାତ କରିଥିଲେ। +୨ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ନେହ ଦର୍ଶନୀ ଦାସ ମୋଗଲ ତାମସାର ସଂଳାପ କରି ଉପସ୍ଥାପନ କରିବାପରେ ଉପସ୍ଥିତ ଥିବା ସମସ୍ତ ସଭ୍ୟମାନଙ୍କ ମଧ୍ୟରେ କିଛିଦିନ ମଧ୍ୟରେ ଆଡମ୍ବର ସହକାରେ ଉତ୍ସବ ପାଳନ କରାଯିବାର ନିଷ୍ପତି ହୋଇଥିଲା। ଶେଷରେ ସଂପାଦକ ବିଭୁତି ଭୁଷଣ ସାହୁ ଧନ୍ୟବାଦ ଦେବାପରେ ମୋଗଲ ତାମସାର ସ୍ରଷ୍ଠା ବଂଶୀବଲ୍ଲଭଙ୍କୁ ପ୍ରଣାମ ଜଣାଇ ସଭାସାଙ୍ଗ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top