ବିପୁଳ ପରିମାଣର ମଦ ଜବତ, ୨ ଗିରଫ

ତିର୍ତ୍ତୋଲ ୦୬/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) -ଜିଲ୍ଲା ଅବକାରୀ ସୁପରିଟେଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ପାରାଦ୍ୱୀପ ଏସ.ଆଇ ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏ.ଏସ.ଆଇ ପ୍ରଶନ୍ନ କୁମାର ପାଣି, କେନଷ୍ଟବଳ ସୈାମ୍ୟରଞ୍ଜନ ବେହେରା, ପ୍ରକାଶ କୁମାର ରାଉତଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହାୟତାରେ ବୁଧବାରଦିନ ଭୋରୁ ସମୟରେ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ତିର୍ତୋଲ ଥାନା ଅନ୍ତର୍ଗତ ତାଳପଡା ପଚାଂୟତ ଖୁଣ୍ଟଳ ଗ୍ରାମର ଦିଲିପ ମହାନ୍ତିଙ୍କ ଠାରୁ ୨୫ରୁ ଉର୍ଦ୍ଧ୍ୱ ଆସ୍କାଫର୍ଟି ବୋତଲ ଓ ତୁଳଙ୍ଗ ପଚାଂୟତ ତୁଳଙ୍ଗ ଗ୍ରାମର ଲକ୍ଷ୍ମୀଧର ମହାରଣାଙ୍କ ଟାରୁ ୧୭ରୁ ଉର୍ଦ୍ଧ୍ୱ ମ୍ୟାକଡେଲ ନିବ ଜବତ କରାଯିବା ସହ ଏହି ୨ଜଣଙ୍କୁ କୋର୍ଟ ଫରଓ୍ୟାର୍ଡ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *